ପୁଣେ: ବାରମ୍ବାର ଦାମ୍ପତ୍ୟ କଳହ ଲାଗି ରହୁଥିବା ହେତୁ ରବିବାର ପୁଣେର ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ୩୩ ବର୍ଷୀୟା ଆୟୁର୍ବେଦୀ ମେଡିସିନ୍ ଛାତ୍ର ଯୋଗୀତା ଚେତନ ଚୌଧୁରୀ। ସେ ତାଙ୍କ ସ୍ୱାମୀ ଚେତନ ଚୌଧୁରୀଙ୍କ ସହ ପୁଣେର ପିମ୍ପିରି-ଚିଞ୍ଚଓ୍ଵାଡ ଅଞ୍ଚଳରେ ରହୁଥିଲେ।
ଏହି ଦମ୍ପତି ଗତ ୯ ବର୍ଷ ହେବ ପରସ୍ପରଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୮ ବର୍ଷର ପିଲା ମଧ୍ୟ ଅଛି। ସେ ଦୁହିଁଙ୍କ ଭିତରେ ରୀତିମତ ଭାବେ ଝଗଡ଼ା ଲାଗି ରହୁଥିଲା।
ଗୁଜୁରାଟର ଯୋଗୀତା ପୁଣେ କଲେଜରୁ ବ୍ୟାଚଲର ଅଫ୍ ଆୟୁର୍ବେଦିିକ ମେଡିସିନ୍ ଉପରେ ଅଧ୍ୟୟନ କରିଥିଲେ। ଶୁକ୍ରବାର ଦିନ ଯୋଗୀତାଙ୍କର ତାଙ୍କ ଶାଶୂଙ୍କ ସହ ଝଗଡ଼ା ହୋଇଥିଲା। ଝଗଡ଼ା ବଢ଼ିଯିବାରୁ ସେ ବିଷ ପିଇ ଦେଇଥିଲେ।
ଯୋଗୀତା ବିଷ ପିଇବା ପରେ ତାଙ୍କର ବାନ୍ତି ହେବାକୁ ତାଙ୍କ ଶାଶୂ ଚେତନଙ୍କୁ ଫୋନ୍ କରି ଡାକିଥିଲେ। ଚେତନ ଘରକୁ ଫେରିବା ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ ହେବାରୁ ଯୋଗୀତା ନିଜ ଦେହରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ।