ପୁଣେ: ମହାରାଷ୍ଟ୍ରର ପୁଣେର ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଣେ ଭଟନାଗର ଅଞ୍ଚଳରେ ଜଣେ ୨୩ବର୍ଷୀୟ ମହିଳାଙ୍କୁ ନବରାତ୍ରୀରେ କେବଳ ଏଥିପାଇଁ ଦଣ୍ଡିଆ ଖେଳିବାକୁ ମନା କରାଯାଇଥିଲା କାରଣ ସେ ବିବାହ ପୂର୍ବରୁ ନିଜର କୁମାରିତ୍ୱ ପରୀକ୍ଷା କରିବାକୁ ମନା କରି ଦେଇଥିଲେ।
ସୂଚନାଯୋଗ୍ୟ, ପୁଣେରେ ରହୁଥିବା ମହିଳା ଐଣ୍ଵର୍ଯ୍ୟା ତମାୟଚିକର ଆଇନ ପାଠପଢ଼ୁଛନ୍ତି। ପୀଡିତା କଞ୍ଜାରଭାଟ ସମାଜ ସହିତ ସମ୍ବନ୍ଧ ରଖନ୍ତି। ସେ ବିବାହ ସମୟରେ କୁମାରିତ୍ୱ ପରୀକ୍ଷା କରିବା ନିଷ୍ପତ୍ତିକୁ ବିରୋଧ କରିଥିଲେ, ତେଣୁ ତାଙ୍କ ସାମଜ ତାଙ୍କୁ ବହିଷ୍କାର କରି ଦେଇଥିଲା। ପୀଡିତା ପିମ୍ପରୀ-ଚିନ୍ଚଓ୍ଵାଡ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ଏହି ସମାଜର ଆଠଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।
କଞ୍ଜାରଭାଟ ସମାଜରେ ଶିକ୍ଷିତ ଲୋକ ବିବାହ ସମୟରେ କୁମାରିତ୍ୱ ପରୀକ୍ଷା କରିବା ନିଷ୍ପତ୍ତିର ବିରୋଧ କରିଥିଲେ। ପୀଡିତାଙ୍କ କହିବାନୁସାରେ, ୨୦୧୮ ମଇ ୧୨ ତାରିଖରେ ତାଙ୍କ ବିବେକ ନାମକ ଯୁବକଙ୍କ ସହିତ ବିବାହ ହୋଇଥିଲା। ଏହି ସମୟରେ ତାଙ୍କର କୁମାରିତ୍ୱ ପରୀକ୍ଷା ପାଇଁ କୁହାଯାଇଥିଲା। ସେ କିନ୍ତୁ ଏହାର ବିରୋଧ କରିଥିଲେ। ଏହି କାରଣରୁ ବିବେକଙ୍କ ସମ୍ପର୍କୀୟ ତାଙ୍କୁ କୌଣସି କାର୍ଯ୍ୟରେ ସାମିଲ ହେବାକୁ ଦିଅନ୍ତି ନାହିଁ। ତାଙ୍କୁ ସମ୍ପୂର୍ଣ୍ଣ ଭାବେ ବହିଷ୍କୃତ କରି ଦେଇଛନ୍ତି।
Filed a police complaint in Pimpri-Chinchawad after members of my community didn't allow me to participate in Navratri dandiya.I was told that I had brought a bad name to Kanjarbhat community for opposing the virginity test which is common in our community:Aishwarya Tamaichikar pic.twitter.com/vDGPfZ8NqG
— ANI (@ANI) October 17, 2018