ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟଥରା ଘଟଣା ଘଟିଛି। ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାରୁ ଅଭିଯୁକ୍ତ ପୀଡ଼ିତାଙ୍କ ଆଖି ତାଡ଼ି ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ବୁଧବାର ପୁଣେର ଶିରରୁ ତହସିଲରେ ଘଟିଥିବା ବେଳେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।
ପୀଡ଼ିତାଙ୍କ କହିବା ମୁତାବକ, ସେ ବୁଧବାର ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଟାଣି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ପୀଡ଼ିତା ବିରୋଧ କରିବାରୁ ଅଭିଯୁକ୍ତଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଆଖି ତାଡ଼ି ସେଠାରୁ ଫେରାର ହୋଇ ଯାଇଥିଲେ। ପରେ ପୀଡ଼ିତା ପାଟି କରି ସାହାଯ୍ୟ ମାଗିବାରୁ ସ୍ଥାନୀୟ ଲୋକେ ଆସି ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
AajTakତେବେ ଅଭିଯୁକ୍ତର ପରିଚୟ ମିଳି ପାରିନଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏହା ସହ ଚିକିତ୍ସା ପରେ ପୀଡ଼ିତାଙ୍କ ଅବସ୍ଥା ସ୍ଥିର ଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-62.jpg)