ଆଗ୍ରା: ତାଜନଗରି ଆଗ୍ରାର ଖେଦୌଲି ଥାନା ଅଞ୍ଚଳରେ ଜଣେ ଯୁବକକୁ ଗ୍ରାମବାସୀ ଧରି ଗତ ଶନିବାର ଲଣ୍ଡା କରି ଦେଇଥିବା ଘଟଣା ଦେଖିବାକୁ ମିଳୁଛି।

Advertisment

publive-image

ସୂଚନାଯୋଗ୍ୟ, ଗତ ଶନିବାର ଏକ ମୋଟରସାଇକେଲ୍‌ରେ ଦୁଇ ଅଜ୍ଞାତ ଯୁବକ ବାରମ୍ବାର ଗ୍ରାମରେ ବୁଲିବାକୁ ଲାଗିଥିଲେ। ଏହି ଦୁଇ ଯୁବକଙ୍କ ହାବଭାବ ଦେଖି ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ଗ୍ରାମବାସୀ ଦୁଇଜଣ ଯୁବକଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଦୌଡି ପଳାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଗ୍ରାମବାସୀ ଦୁଇ ଯୁବକଙ୍କୁ କାବୁ କରି ନେଇଥିଲେ। ଏଥିମଧ୍ୟରେ ଜଣେ ଯୁବକ ଏହି ଗ୍ରାମରେ ଛଅମାସ ପୂର୍ବେ ବିବାହ କରିଥିବା ତାର ପ୍ରେମିକାକୁ ଦେଖା କରିବାକୁ ଆସିଥିବା କଥା କହିଥିଲା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଉକ୍ତ ଯୁବକର ପ୍ରେମିକା ନିଜ ଦେହରେ କରେଣ୍ଟ ଲଗାଇ ଦେଇଥିଲା। ଫଳରେ ପରିବାରଲୋକ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।