ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ପତ୍ନୀଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକେଇ

ନୂଆଦିଲ୍ଲୀ: ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କ ପତ୍ନୀ ତଥା ସାଂସଦ ପ୍ରିନିତ କୌରଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ମାମଲା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ସାଂସଦ ପ୍ରିନିତ କୌରଙ୍କ ଠାରୁ ଝାଡ଼ଖଣ୍ଡର ଜାମତାଡ଼ା ଅଂଚଳର ଜଣେ ସାଇବର ଅପରାଧୀ ୨୩ ଲକ୍ଷ ଟଙ୍କା ଠକେଇ କରିଛି। ପୁଲିସ ଠକେଇ ଅଭିଯୋଗରେ ଉତାଉଲ ଅଂସାରୀକୁ ଗିରଫ କରି ପଂଜାବ ନେଇଛି। ପୁଲିସ ଅଭିଯୁକ୍ତ ପାଖରୁ ୭ଟି ଦାମୀ ମୋବାଇଲ, ଅନେକ ବ୍ୟାଙ୍କର ଏଟିଏମ୍‌ ଓ ବ୍ୟାଙ୍କ ପାସ୍‌ବୁକ୍‌ ଜବତ କରିଛି। ଅଭିଯୁକ୍ତ ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ପ୍ରିନିତ କୌରଙ୍କ ଠାରୁ ଟଙ୍କା ଠକେଇ କରିଥିଲା।

ସମ୍ବନ୍ଧିତ ଖବର