ପଞ୍ଜାବ: ପଞ୍ଜାବର ଗୁରୁଦାସପୁର ଜିଲ୍ଲାର କୋଠା ଗାଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବୋହୂ ତାଙ୍କ ବୃଦ୍ଧା ଶାଶୁଙ୍କୁ ଅତ୍ୟାଚାର କରିବା ସହିତ ନିର୍ମମଭାବେ ମାଡ଼ ମାରୁଥିବାର ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଅସନ୍ତୋଷ ବ୍ୟକ୍ତ କରି ଏଭଳି ନିଷ୍ଠୁର ସ୍ବଭାବ ଥିବା ବୋହୂ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ସାମ୍ନାକୁ ଆସିଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଜଣେ ମହିଳା (ବୃଦ୍ଧାଙ୍କ ବୋହୂ) ସୋଫାରେ ବସିଥିବା ଜଣେ ବୃଦ୍ଧାଙ୍କ କେଶ ଟାଣିଟାଣି ନେଉଛନ୍ତି। ଚାପୁଡ଼ା ସାଙ୍ଗକୁ ଷ୍ଟିଲଗ୍ଲାସରେ ମାଡ଼ ମାରୁଛନ୍ତି। ବୃଦ୍ଧା ଜଣକ ଅସହାୟ ହୋଇ ତାଙ୍କ ପୁଅକୁ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି। ଏହି ସମଗ୍ର ଘଟଣାକୁ ବୃଦ୍ଧାଙ୍କ ନାତି ରେକର୍ଡ କରୁଥିବା ବେଳେ ଜେଜେମା’ଙ୍କୁ ମାଡ଼ ନ ମାରିବାକୁ ତାଙ୍କ ମାଆଙ୍କୁ ଅନୁରୋଧ କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।
Old helpless mother was beaten up by the daughter in law in Gurdaspur . Sou Moto was issued immediately and strict action will be taken.
— Raj Gill (@rajlali) October 1, 2025
Elder’s safety , their rights and protection is commission’s priority. #RespectElders#Families#WomenSafety#PSWC#Punjabpic.twitter.com/ZCFhoDH45Q
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏଥିସହି ବୃଦ୍ଧା ଜଣକ ପୁଲିସରେ ବି ବୋହୂ ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ଆଜ୍ଞା ଅତ୍ୟାଚର ଆଉ ସହି ହେଉନାହିଁ। ମୁଁ କ’ଣ ଏଭଳି ମାଡ଼ ଖାଇବା ପାଇଁ ଏହି ମହିଳାଙ୍କୁ ଧୁମଧାମରେ ମୋ ପୁଅ ସହିତ ବାହାଘର କରି ଘରକୁ ବୋହୂ କରି ଆଣିଥିଲି।’
ପୁଲିସ ବୃଦ୍ଧା ଶାଶୁଙ୍କ ଅଭିଯୋଗକୁ କେନ୍ଦ୍ର କରି ମହିଳା (ଅଭିଯୋଗକାରୀଙ୍କ ବୋହୂ)ଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହିତ ଏହି ଘଟଣାରେ କିଛି ସାକ୍ଷୀଙ୍କ ବୟାନ ରେକର୍ଡ କରିଛି ପୁଲିସ।