ପତ୍ନୀଙ୍କ ସହ ବିଳମ୍ବିତ ରାତିରେ ବାହାରେ ବୁଲୁଥିବାରୁ ଯୁବକଙ୍କୁ ଆକ୍ରମଣ କରି ହତ୍ୟା

ଅମ୍ରିତସର: ପଞ୍ଜାବର ପଟିଆଲାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଞ୍ଚଳ ଜଣେ ଦମ୍ପତି ସୋମବାର ବିଳମ୍ବିତ ରାତି‌ରେ ବହାରେ ଚଲାବୁଲା କରୁଥିବା କାରଣରୁ ୨ ଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୧ ବର୍ଷିଅ ଯୁବକ ରାଜେଶ(ଛଦ୍ମନାମ)ଙ୍କର ମୃତ୍ୟୁ ଘଟିଛି। ରାଜେଶ ତାଙ୍କ ପତ୍ନୀ ସ୍ନେହା(ଛଦ୍ମନାମ)ଙ୍କ ସହ ତାଙ୍କ ଘର ନିକଟବର୍ତ୍ତୀ ଚାଲୁଥିବା ବେଳେ ଅଭିଯୁକ୍ତ ଜ‌ଗମୋହନ ସିଂହ ଏବଂ ଭୁପିନ୍ଦର ସିଂହ ଆସି ‌ସେମାନଙ୍କ ପଥ ରୋକିଥିଲେ। ରଜେଶ ଏତେ ରାତି‌ରେ କାହିଁକି ଏକ ଯୁବତୀ ସହ ବାହାରେ ବୁଲୁଛନ୍ତି ବୋଲି କହି ରାଜେଶଙ୍କୁ ଆକ୍ରମଣ କରିଥିଲେ।


Flickr

ଅଭିଯୁକ୍ତ ଭୁପିନ୍ଦର ଓ ଜଗମୋହନ ମିଶି କରି  ରାଜେଶଙ୍କୁ ମଦ ବୋତଲ, ଇଟା ଓ ପଥରରେ ଆକ୍ରମଣ କରିଥିଲେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିହାର ବାସିନ୍ଦା ରଜେଶ ତାଙ୍କ ପତ୍ନୀ ସ୍ନେହାଙ୍କ ସହ ପଟିଆଲାର ଫ୍ୟାକ୍ଟ୍ରି ଅଞ୍ଚଳରେ ନିଜ ଏକ ଭଡ଼ା ଘରେ ରହୁଥିଲେ। ତାଙ୍କ ସହ ତାଙ୍କ ବାପା ମଧ୍ୟ ସେଠାରେ ରହୁଥିଲେ।

ଏ ନେଇ ରାଜେଶଙ୍କ ବାପା ପୁଲିସ୍‌ରେ ବୟାନ ଦେଇ କହିଛନ୍ତି, ‘ସେମାନେ ପ୍ରଥମେ ଆସି ମୋ ପୁଅର ବାଟ ଅଟକାଇଲେ। ସେ କାହିଁକି ଏକ ଯୁବତୀ ସହ ଏତେ ରାତିରେ ବାହାରେ ବୁଲିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଯେତେବେ‌ଳେ ମୋ ପୁଅ କହିଥିଲା କି ଯୁବତୀ ଜଣକ ତା ପତ୍ନୀ ବୋଲି ଅଭିଯୁକ୍ତମାନେ ତା’ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଥିଲେ। ‌ଦୁଇ ଜଣକ ମଧ୍ୟରୁ ଜଣେ ମୋ ପୁଅକୁ ମଦ ବୋତଲରେ ଆକ୍ରମଣ କରିଥିବା ବେଳେ ଅନ୍ୟ ଜଣେ ଇଟା ଓ ପଥରରେ ଆକ୍ରମଣ କରିଥିଲା।’

ସମ୍ବନ୍ଧିତ ଖବର