କୋରିଅର ବଏଙ୍କ ହାତରେ ଫାଟିଗଲା ପାର୍ସଲ; ସ୍ଥାନୀୟବାସିନ୍ଦା ଭୟଭୀତ

ମୋଗା: ପଞ୍ଜାବ ମୋଗା ଜିଲ୍ଲାରେ ଜଣେ କୋରିଅର ବଏଙ୍କ ହାତରେ ପାର୍ସଲ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଗତ ମଙ୍ଗଳବାର ସନ୍ଧ୍ୟାରେ ଏକ କୋରିଅର ଦୋକାନ ସାମ୍ନାରେ ହୋଇଥିବା ବିସ୍ଫୋରଣରେ ଜଣେ ଡେଲିଭରି ବଏ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଞ୍ଚଳରେ ଜୋରରେ ଶବ୍ଦ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଭଳି ଏକ ଘଟଣା ମୋଗା ଜିଲ୍ଲାର କସବା ବାଘାପୁରାନରେ ଘଟିଛି। ବିସ୍ଫୋରଣ ସମ୍ପର୍କରେ ପୁଲିସ ଡେଲିଭରୀ ବଏକୁ ପଚାରିବାରୁ ସେ କହିଥିଲେ, ସବୁଦିନ ଭଳି ସେ କୋରିଅର ପ୍ୟାକେଟ ଦେବାକୁ ଆସିଥିଲେ । କିଛି ସମୟ ପାଇଁ ସେ ଦୋକାନ ବାହାରେ ବାଇକରେ ଛିଡ଼ା ହୋଇଥିବା ବେଳେ କୋରିଅର ବକ୍ସଟି ହଠାତ ତାଙ୍କ ହାତରେ ଫାଟି ଯାଇଥିଲା।

ବାଘା ଅଞ୍ଚଳରେ ବିସ୍ଫୋରଣ ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ପୁଲିସ ଘଟଣାସ୍ଥଳରୁ କିଛି ଲୁହା ଖଣ୍ଡ ଜବତ କରିଛି। ପାର୍ସଲରେ ପାୱାରବ୍ୟାଙ୍କ ଥିବା ସନ୍ଦେହ କରାଯାଉଛି । ସେଥିପାଇଁ ଏହି ବିସ୍ଫୋରଣ ହୋଇଥିବା ମଧ୍ୟ ଆଶଙ୍କା କରାଯାଉଛି । ଅନ୍ୟପଟେ ପାର୍ସଲରେ କିଛି ବିସ୍ଫୋରକ ପଦାର୍ଥ ଥିବା ମଧ୍ୟ ସନ୍ଦେହ କରାଯାଉଛି ।

ଏହି ବିସ୍ଫୋରଣ ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକ୍ଷକ ହର୍ମନବୀର ସିଂହ ଗିଲ କହିଛନ୍ତି ଯେ ଖୁବ ଶୀଘ୍ର ମାମଲାର ଖୁଲାସା ହେବ । ଯେଉଁ ସ୍ଥାନରୁ ପାର୍ସଲ ଅଣାଯାଇଥିଲା ସେଠାକାର ଲୋକଙ୍କୁ ମଧ୍ୟ ପୁଲିସ ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର