ରାସ୍ତାପାର୍ଶ୍ବରୁ ଅଣ୍ଡା ଚୋରି କରୁଥିବା ବେଳେ ଧରାପଡ଼ିଲେ ହେଡ କନେଷ୍ଟବଳ

ନୂଆଦିଲ୍ଲୀ: ପଞ୍ଜାବରୁ ଚୋରିର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଜଣେ ହେଡ କନେଷ୍ଟବଳ ରାସ୍ତାପାର୍ଶ୍ବରୁ ଅଣ୍ଡା ଚୋରି କରୁଥିବା ବେଳେ କ୍ୟାମେରାରେ କୈଦ ହୋଇଯାଇଛନ୍ତି।

ଏଭଳି ଏକ ଘଟଣା ଚଣ୍ଡିଗଡ଼ ଠାରୁ ପାଖାପାଖି ୪୦କିମି ଦୂର ଫତେହଗଢ଼ ସାହିବ ସହରରେ ଘଟିଛି। ତେବେ ଅଣ୍ଡା ଚୋରି କରିଥିବା ହେଡ କନେଷ୍ଟବଳଙ୍କ ନାମ ପ୍ରୀତିପାଲ ସିଂହ ଭାବେ ହୋଇଛି। ଅଣ୍ଡା ଚୋରି କରିବାର ଲଜ୍ଜ୍ୟନୀୟ ଘଟଣା ସାମ୍ନାକୁ ଆସିବାପରେ ପୁଲିସ ବିଭାଗ ହେଡ କନେଷ୍ଟବଳଙ୍କୁ ନିଲମ୍ବନ କରି ଯାଞ୍ଚ ଆଦେଶ ଦେଇଛନ୍ତି।

 

ପଞ୍ଜାବ ପୁଲିସ ନିଜର ଅଧିକାରିକ ଟୁଇଟର ହ୍ୟାଣ୍ଡେଲରୁ ଏହି ଘଟଣାର ଭିଡିଓ ଟୁଇଟ କରିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ହେଡ କନେଷ୍ଟବଳ ପ୍ରୀତିପାଲ ସିଂହ ରାସ୍ତା ପାର୍ଶ୍ବରେ ଛିଡା ହୋଇଛନ୍ତି। ଆଉ ତାଙ୍କ ପାଖରେ ଥିବା ଏକ ଅଣ୍ଡା ଠେଲାରୁ ସେ ଗୋଟିଏ ପରେ ଗୋଟିଏ ଏପରି ଅଣ୍ଡା ଆଣି ନିଜ ପ୍ୟାଣ୍ଟ ପକେଟରେ ରଖୁଛନ୍ତି। କିଛି ସମୟ ପରେ ରାସ୍ତା ଅପରପାର୍ଶ୍ବରୁ ଅଣ୍ଡା ‌‌ଠେଲା ମାଲିକ ଦୌଡ଼ି ଆସିବାରୁ ସେ ବିଚଳିତ ହୋଇ ଏକ ଅଟୋ ରିକ୍ସାକୁ ଅଟକାଇ ସେଥିରେ ବସି ଘଟଣାସ୍ଥଳରୁ ଚମ୍ପଟ ମାରି ଥିଲେ। ତେବେ ଏହି ଘଟଣାର ଦୃଶ୍ୟ ପାଖରେ ଥିବା ସିସିଟିଭରେ କୈଦ ହୋଇଯାଇଛି।

ସମ୍ବନ୍ଧିତ ଖବର