ଚଣ୍ଡିଗଡ଼: ପଞ୍ଜାବର ସଙ୍ଗରୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। କିଛି ସ୍ଥାନୀୟ ଲୋକ ମିଶି ଜଣେ ଦଳିତ ବ୍ୟକ୍ତିଙ୍କୁ ମାରଧର କରିବା ସହ ବ୍ୟକ୍ତି ଜଣଙ୍କୁ ପରିଶ୍ରା ପିଆଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳର ୪ ଜଣ ଲୋକ ଓ ଉକ୍ତ ଦଳିତ ବ୍ୟକ୍ତିଙ୍କର ଥିବା ପୂର୍ବ ଶତ୍ରୁତାକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଛି ବୋଲି ଜାଣିବାକୁ ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଚାରି ଜଣ ବ୍ୟକ୍ତି ୩୭ ବର୍ଷୀୟ ଦଳିତ ବ୍ୟକ୍ତିଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଛି।
ରିପୋର୍ଟ ମୁତାବକ, ନଭେମ୍ବର ୭ ତାରିଖ ଦିନ ଲେହେରାସ୍ଥିତ ଚଙ୍ଗାଲିୱାଲର ଜଗମଲ ସିଂହଙ୍କୁ ୨ ଜଣ ଲୋକ ଆସି ତାଙ୍କ ଘରୁ ଟେକି ନେଇଥିଲେ। ଟେକି ନେଇ ତାଙ୍କୁ ନିର୍ଯାତନା ଦେଇଥିଲେ। ଅଭିଯୁକ୍ତମାନେ ହେଉଛନ୍ତି ରିଙ୍କୁ, ଅମରଜୀତ ସିଂହ, ଲକି ଓ ବିଟା। ସମସ୍ତ ଅଭିଯୁକ୍ତଙ୍କ ଘର ଚଙ୍ଗାଲିୱାଲାଠାରେ। ପୁଲିସ୍ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି। ଏଯାବତ୍ କେହି ଗିରଫ ହୋଇନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/33295-protest-delhi-pti.jpg)