ଚଣ୍ଡିଗଡ଼: ପଞ୍ଜାବର ମାନସା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୬ବର୍ଷିଅ ବାଳକକୁ ଚାଉଳ ଫ୍ୟାକ୍ଟ୍ରୀର ଖୁଣ୍ଟିରେ ବାନ୍ଧି ଜିଅନ୍ତା ଜାଳି ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ସାମ୍ନାକୁ ଆସିବା ପରେ ପୀଡ଼ିତଙ୍କ ପରିବାରରେ ଶୋକର ଛାୟା ଖେଳିଯିବା ସହ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ୩ଜଣଙ୍କୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ନାଁ ଜସପ୍ରୀତ୍ ବୋଲି ଜଣା ପଡ଼ିଥିବା ବେଳେ ୩ ଅଭିଯୁକ୍ତ ନାଁ ଜସହାନ ସିଂହ, ଗୁରଜିତ୍ ସିଂହ ଓ ରାଜୁ ସିଂହ ବୋଲି ଚିହ୍ନଟ କରାଯାଇଛି। ଘଟଣାଟି ଶନିବାର ରାତିରେ ଘଟିଥିବା ବେଳେ ଅଭିଯୁକ୍ତମାନେ ଜସପ୍ରୀତକୁ ଏକ ଚାଉଳ ଫ୍ୟାକ୍ଟ୍ରୀକୁ ଟେକି ନେଇଥିଲେ, ଯାହା ପରେ ଏକ ଖୁଣ୍ଟରେ ବାନ୍ଧି କିରୋସିନ ଢ଼ାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।
/sambad/media/post_attachments/f6cc058dfc5e7202b2437bf8c0a8c1b73246341d6a591fb6668d223e1e617517.jpeg)
ପୁଲିସର କହିବା ମୁତାବକ, ଦୁଇ ବର୍ଷ ତଳେ ଜସପ୍ରୀତଙ୍କ ବଡ଼ ଭାଇ ଜସହାନଙ୍କ ଭଉଣୀକୁ ନେଇ ଫେରାର ହୋଇଯିବା ସହ ବିବାହ କରି ଅଲଗା ରହିଥିଲେ। ଏହି ଘଟଣା ପରେ, ମୋ ଭାଇ ପୁଣି ଥରେ ଗାଁକୁ ଫେରି ଆମ ସହ ରହିବ ବୋଲି କହି ଜସପ୍ରୀତ ଜସହାନ ଓ ତାଙ୍କ ପରିବାର ଲୋକଙ୍କୁ ଚିଡ଼ାଉଥିଲେ। ଜସପ୍ରୀତଙ୍କ ଏଭଳି କଥା ଶୁଣି ଜସହାନ ରାଗି ଯାଇ ଏଭଳି କହିଥିବା କହିଛି ପୁଲିସ।