ମୋହାଲି: ଶନିବାର ରାତିରେ ମୋହାଲିସ୍ଥିତ ଏକ ଢାବାରେ ଆକ୍ରମଣର ଶିକାର ହେବା ପରେ ପଞ୍ଜାବୀ ଗାୟକ ଅଫ୍ଲାଜ୍ ଓରଫ ଅମନଜୋତ୍ ସିଂହ ପନ୍ୱାର୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ଗାୟକ ହିର୍ଦେଶ୍ ସିଂହ ଓରଫ ହନି ସିଂହ ‘ଇନ୍ଷ୍ଟାଗ୍ରମ୍’ରେ ସୂଚନା ଦେଇଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ଶନିବାର ରାତିରେ ଅଫ୍ଲାଜ୍ ବନ୍ଧୁ ଗୁରପ୍ରୀତ, ତେଜି ଏବଂ କୁଲ୍ଜିତ୍ଙ୍କ ସହିତ ବନୁର-ଲଣ୍ଡ୍ରାନ୍ ରାସ୍ତାରେ ଥିବା ପାଲ୍ ଢାବାକୁ ରାତ୍ର ଭୋଜନ ଖାଇବାକୁ ଯାଇଥିଲେ। ସେଠାରେ ଟଙ୍କାପଇସା କଥାକୁ ନେଇ ତାଙ୍କର ରାୟପୁର ରାଣୀ ନିବାସୀ ଭିକ୍କି ଓରଫ ବିଜୟ ଓ ଢାବା ମାଲିକଙ୍କ ସହିତ ଝଗଡ଼ା ହୋଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ଭିକ୍କି ଓରଫ୍ ବିଶାଳ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅଫ୍ଲାଜ୍ କାର୍ ରଖି ତାଙ୍କୁ ଅଟକାଇଥିଲେ। ଫଳରେ ଅଭିଯୁକ୍ତ ଓ ତାଙ୍କର ସାଙ୍ଗମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ।
ଅଭିଯୁକ୍ତ ଢାବା ମାଲିକଙ୍କ ଟେମ୍ପୋ ଟ୍ରକ୍ ଚଳାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅଫ୍ଲାଜ୍ଙ୍କୁ ଧକ୍କା ଦେଇଥିଲେ ବୋଲି କୁହାଯାଉଛି। ଏହି ଆକ୍ରମଣରେ ଅଫ୍ଲାଜ୍ଙ୍କର ମୁଣ୍ଡ, ବାହୁ ଓ ଗୋଡ଼ର ଅନେକ ସ୍ଥାନରେ ଆଘାତ ଲାଗିଛି।
‘ଇନ୍ଷ୍ଟାଗ୍ରାମ୍’ରେ ଅଫ୍ଲାଜ୍ଙ୍କ ଫଟୋ ସେୟାର୍ କରି ହନି ସିଂହ ଲେଖିଛନ୍ତି, ଗତରାତିରେ ଭାଇ ଅଫ୍ଲାଜ୍ଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣ ପାଇଁ ଯିଏ ଯୋଜନା କରିଥାଉ। ମୁଁ ତାଙ୍କୁ ଛାଡ଼ିବି ନାହିଁ।
ସଦ୍ୟତମ ସୂଚନା ଅନୁସାରେ, ସୋହାନ୍ ଥାନା ପୁଲିସ ରାୟପୁର ରାଣୀନିବାସୀ ଭିକ୍କିଙ୍କ ନାଁରେ ମାମଲା ରୁଜୁ କରିଛି।