ପଞ୍ଜାବୀ କଣ୍ଠଶିଳ୍ପୀଙ୍କ ବିରୋଧରେ ଆସିଲା ନାବାଳିକା ଦୁଷ୍କର୍ମ ଅଭିଯୋଗ,ରୁଜୁ ହେଲା ମାମଲା

ଭଟିଣ୍ଡା : ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପଞ୍ଜାବୀ କଣ୍ଠଶିଳ୍ପୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ପିଉସୀ ଏହି ଅଭିଯୋଗ ଆଣିଥିବା ବେଳେ ଅଭିଯୁକ୍ତ ଜଣଙ୍କ ମିଛ ବାହାନା ବନାଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ୧୬ବର୍ଷ ବୟସ ହୋଇଥିବା ବେଳେ ସେ ଅଭିଯୁକ୍ତଙ୍କ ସହ ଗୀତ ଗାଉଥିବା ଗାୟିକାଙ୍କ ସଂପର୍କୀୟ ବୋଲି ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ଅଭିଯୁକ୍ତ କଣ୍ଠଶିଳ୍ପୀଙ୍କୁ ଗିରଫ କରାଯାଇ ନାହିଁ।

iamgujarat.com

ସୂଚନା ମୁତାବକ, ଅଭିଯୁକ୍ତ ପୀଡ଼ିତାଙ୍କ ସହ ଭଲ ଭାବରେ ମିଶିଥିବାରୁ ଏଭଳି କିଛି ହେବ ବୋଲି କେହି ବିଶ୍ୱାସ କରି ନଥିଲେ । ବୁଲିଯିବା ବାହାନା ଦେଇ ଅଭିଯୁକ୍ତ ପୀଡ଼ିତାଙ୍କୁ ତଲବଣ୍ଡି ଭାଇ ନମକ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ଏ ନେଇ ଅଭିଯୋଗ କରାଯିବା ପରେ ପୁଲିସ ପୀଡ଼ିତାଙ୍କ ଡ଼ାକ୍ତରୀ ପରୀକ୍ଷା କରାଇଥିଲା । ଯାହା ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଥିଲା । ଅଭିଯୋଗ ପାଇ ଗିରଫ କରିବାକୁ ପହଞ୍ଚିବା ପରେ ଅଭିଯୁକ୍ତ ଫେରାର ଥିବା ଜାଣ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର