ଗୀତ ମାଧ୍ୟମରେ ବନ୍ଧୁକ ବ୍ୟବହାର ପ୍ରଚାର କରୁଥିବାରୁ ପଞ୍ଜାବୀ ଗାୟକ ଓ ଅନ୍ୟ ୭ଜଣଙ୍କୁ ବୁକ୍‌ କଲା ପୁଲିସ

ଚଣ୍ଡୀଗଡ଼: ‘ପଞ୍ଜ୍‌ ଗୋଲିଆଁ’ (ପାଞ୍ଚଟି ଗୁଳି) ଶୀର୍ଷକ ଗୀତ ଜରିଆରେ ବନ୍ଧୁକର ବ୍ୟବହାର ଏବଂ ହିଂସାର ପ୍ରସାର କରୁଥିବା ଅଭିଯୋଗ ଆଧାରରେ ଶନିବାର ଦିନ ପଞ୍ଜାବୀ ଗାୟକ ଶୁଭଦୀପ ସିଂହ ଓରଫ୍‌ ସିଧୁ ମୁସି ଓ୍ଵାଲା, ମନ୍‌କିର୍ତା ଔଲାଖ୍‌ ଏବଂ ଅନ୍ୟ ୭ଜଣ ଅଜ୍ଞାତ ବ୍ୟକ୍ତିଙ୍କୁ ବୁକ୍‌ କରାଯାଇଛି।
ସାମାଜିକ ଗଣମାଧ୍ୟରେ ଏହି ଗୀତଟି ଅପ୍‌ଲୋଡ୍‌ କରାଯାଇଛି।

ଶନିବାର ଦିନ ମନସାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ନରିନ୍ଦର ଭାର୍ଗବ କହିଛନ୍ତି ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୫୦୯, ୨୯୪ ଏବଂ ୧୪୯ ଆଧାରରେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଚଣ୍ଡୀଗଡ଼ର ଓକିଲ ଏବଂ ସାମାଜିକ କର୍ମୀ ଏଚ୍‌ ସି ଅରୋରାଙ୍କ ଅଭିଯୋଗ ଭିତ୍ତିରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯିବା ପରେ ଏହି ମାମଲା ରୁଜୁ କରାଯାଇଛି।

Image Source: India TV

ଭାର୍ଗବ କହିଛନ୍ତି, ଷ୍ଟୁଡିଓରେ ନୁହେଁ, କୌଣସି ମଞ୍ଚ ଉପରେ ଏହି ଗୀତଟି ପରିବେଶଣ କରାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି।
ଗାୟକ ହିଂସାକୁ ଗୌରବାନ୍ଵିତ କରିବା ଭଳି ଶବ୍ଦାବଳି ବ୍ୟବହାର କରିଥିବା କଥା ଓକିଲ ଅରୋରା ଅଭିଯୋଗ କରିବା ସହ ଏହା ଅଦାଲତ ଅବମାନନା ବୋଲି ବୋଲି କହିଛନ୍ତି।

ଦୃଷ୍ଟାନ୍ତସ୍ୱରୂପ ସେ କହିଛନ୍ତି, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶ ଅନୁସାରେ, କୌଣସି ଗୀତ, ଏମିତିକି, ମଞ୍ଚରେ ମଦ, ନିଶା ଔଷଧ ଏବଂ ହିଂସାକୁ ପ୍ରଶଂସା କରି କୌଣସି ପ୍ରଦର୍ଶନ କରାଯାଇ ପାରିବ ନାହିଁ।

ପୁଲିସରେ ଅଭିଯୋଗ କରାଯିବା ସଂକ୍ରାନ୍ତରେ ମୁସି ଓ୍ଵାଲାଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର