୬ ଡକାୟତଙ୍କ ସହ ମିଶି ଜେଲରୁ ଖସି ଯିବାକୁ ଉଦ୍ୟମ କରୁଥିଲା ପାର୍ସଲ ବୋମା ଅପରାଧୀ ପୁଞ୍ଜିଲାଲ୍

ପାଟଣାଗଡ : ପାର୍ସଲ ବୋମା ଅପରାଧୀ ପୁଞ୍ଜିଲାଲ ମେହେରର ପୁଣି ନୂଆ ଷଡଯନ୍ତ୍ର ସାମନାକୁ ଆସିଛି । ଜେଲରୁ ଖସି ଯିବାକୁ ଉଦ୍ୟମ କରିଛି ପୁଞ୍ଜିଲାଲ ।  ୬ ଡକାୟତଙ୍କ ସହ ଜେଲରୁ ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଛି ସେ । ଆଜି ସକାଳେ ଜେଲରୁ ଖସିଯିବାକୁ ଗେଟ ପାଖକୁ ପଳାଇଥିଲେ ପୁଞ୍ଜିଲାଲ ଓ  ୬ ଡକାୟତ । ଏହା ପରେ ଜେଲ ୱାର୍ଡରଙ୍କ ସହ ଏମାନଙ୍କ ଧସ୍ତାଧସ୍ତି ହୋଇଥିଲା । ଫଳରେ ଜେଲରେ ୧୫ରୁ ୨୦ ମିନିଟ ସାଇରନ ବାଜିଥିଲା । ପୁଞ୍ଜିଲାଲ ବାରମ୍ବାର ଜେଲରେ ଏଭଳି ଷଡଯନ୍ତ୍ର କରୁଥିବା ଜେଲ ୱାଡର କହିଛନ୍ତି ।

୨୦୧୮ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଞ୍ଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଅନୁସନ୍ଧାନ ପରେ ଜଣାପଡ଼ିଥିଲା କି ବରକନ୍ୟାଙ୍କ ମା’ଙ୍କ ସହ ଚାକିରିଗତ ଶତ୍ରୁତା ହେତୁ ପୁଞ୍ଜିଲାଲ ମେହେର ପାର୍ସଲ ବୋମା ପଠାଇ ଥିଲେ।  ପୁଞ୍ଜିଲାଲ୍  ବଲାଙ୍ଗୀର ଭଇଁସା କଲେଜର ଅଧ୍ୟାପକ ଥିଲା । ସେହି କଲେଜରେ ସୌମ୍ୟଶେଖରଙ୍କ ମା ବି ଅଧ୍ୟାପକ ଥିଲେ । ପଦବୀ ପାଇଁ ସୌମ୍ୟଶେଖରଙ୍କ ମା’ ସହିତ ତାଙ୍କର ବିବାଦ ଥିଲା । ରାଗ ଶୁଝାଇବା ଲାଗି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ପୁଞ୍ଜିଲାଲ୍ ।

ସମ୍ବନ୍ଧିତ ଖବର