ଦେଖୁ ଦେଖୁ ନୀଳ ଗାଈକୁ ଗିଳି ଦେଲା ଅଜଗର

ମୋରାଦାବାଦ: ଉତ୍ତର ପ୍ରଦେଶ ଅମରୋହା ଜିଲ୍ଲା ଆଦମପୁର ଥାନା ଅନ୍ତର୍ଗତ ମାଳିପୁରା ଗାଁରେ ଆଖୁ କିଆରୀ ଭିତରେ ଏକ ୧୨ ଫୁଟର ଅଜଗର ଗୋଟିଏ ନୀଳ ଗାଈକୁ ଗିଳି ଦେଇଛି। ଏହି ଘଟଣା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଶିଶୁ ଅଚେତ ହୋଇ ପଡ଼ିଥିଲା। ଏହାପରେ ଘଟଣା ସମ୍ପର୍କ ଗ୍ରାମବାସୀ ଅନ୍ୟ ଗ୍ରାମର ଲୋକମାନଙ୍କୁ ଓ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଚିଂଲା ବେଳକୁ ଅଜଗର ନୀଳ ଗାଈକୁ ଗିଳି ସାରିଥିଲା |

अजगर ने तोड़ा दम

ସୂଚନାଯୋଗ୍ୟ, ଗତ ଶନିବାର ଅପରାହ୍ନରେ ଚାଷୀ ଦେବଦତ୍ତଙ୍କ ଦୁଇ ଝିଅ ହିମାନସି ଓ ଲକ୍ଷ୍ମୀ ଆଖୁ କିଆରୀକୁ ଯାଇଥିଲେ | ଏହି ସମୟରେ ସେଠାରେ ଦୁଇ ଭଉଣୀ କ୍ଷେତରେ ଏକ ୧୨ ଫୁଟ ଲମ୍ବର ଅଜଗର  କୌଣସି ଏକ ବନ୍ୟଜୀବକୁ ଗିଳୁଥିବାର ସେମାନେ ଦେଖିଥିଲେ | ଅଜଗରକୁ ଦେଖି ହିମାନସି ବେହୋସ ହୋଇଯାଇଥିଲେ | ଲକ୍ଷ୍ମୀ ଚିତ୍କାର କରି ସେଠାରୁ ଦୌଡ଼ି ଯାଇ ଗ୍ରାମବାସୀଙ୍କୁ ଡାକିଥିଲେ | ଲକ୍ଷ୍ମୀଙ୍କ ଚିତ୍କାର ଶୁଣି ଆଖପାଖ କ୍ଷେତରେ କାମ କରୁଥିବା ଚାଷୀ ଦୌଡ଼ି ଆସିଥିଲେ | ସେତେବେଳକୁ ଅଜଗର ନୀଳ ଗାଈକୁ ଗିଳି ସାରିଥିଲା |

ଏହାପରେ ଲୋକେ ଅଜଗରର ଲାଞ୍ଜ ଧରି ତାକୁ ଘୋଷାଡ଼ି ଘୋଷାଡ଼ି ଜଙ୍ଗଲ ଆଡକୁ ନେଇଯାଇଥିଲେ | ଏହି ସମୟରେ ଅଜଗରର ରାସ୍ତାରେ ହିଁ ମୃତ୍ୟୁ ହୋଇ ଯାଇଥିଲା | ଏହାପରେ ଗଙ୍ଗା କୂଳ ନିକଟସ୍ଥ ଏକ ଜଙ୍ଗଲରେ ଅଜଗରକୁ ଗ୍ରାମବାସୀ ପୋତି ଦେଇଥିଲେ |

 

 

ସମ୍ବନ୍ଧିତ ଖବର