ଉଦଳା: ଲସି ପିଉଥିବା ବେଳେ ଜଣେ ବ୍ୟକ୍ତି ଦୁର୍ବୃତ୍ତମାନଙ୍କ ଶିକାର ହୋଇଛନ୍ତି। ନିଜର ଅସାବଧାନତା ଯୋଗୁଁ ବ୍ୟକ୍ତି ଜଣକ ଆଜି ଅପରାହ୍ନରେ ୨ ଲକ୍ଷ ଟଙ୍କା ହରାଇଛନ୍ତି। ମୟରଭଂଜ ଜିଲ୍ଲା ଉଦଳାରେ ଆଜି ପୂର୍ବାହ୍ନରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ ଜଣେ ବ୍ୟକ୍ତି ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କର ସ୍ଥାନୀୟ ଶାଖାରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ। ଟଙ୍କାକୁ ସେ ଏକ ବ୍ୟାଗରେ ରଖି ଘରକୁ ଫେରୁଥିଲେ। ସେ ଘରକୁ ଫେରିବା ରାସ୍ତାରେ କଚେରୀ ଠାରୁ ଅଳ୍ପ ଦୂରରେ ଥିବା ସୁଭଦ୍ରା ଗାରମେଣ୍ଟ ସାମ୍ନାରେ ଅଟକିଥିଲେ। ପ୍ରବଳ ଖରା ଯୋଗୁଁ ଲସି ପିଇବାକୁ ମନ କରିଥିଲେ। ଏହି ସମୟରେ ସାମାନ୍ୟ ଅବହେଳା ହେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଟାର୍ଗେଟ କରିଥିଲେ। ପୂର୍ବରୁ ଅନୁସରଣ କରୁଥିବା ବାଇକ ଆରୋହୀ ୨ ଜଣ ଦୁର୍ବୃତ୍ତ ୨ ଲକ୍ଷ ଲୁଟ୍ କରି ମୁଖ୍ୟ ବଜାର ରାସ୍ତା ଦେଇ ଘଟଣାସ୍ଥଳରୁ ବାଲେଶ୍ବର ଅଭିମୁଖେ ଫେରାର ମାରିଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/loot-at-gunpoint-1.jpg)