ନୂଆଦିଲ୍ଲୀ: ଟେନିସ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ମାମଲାକୁ ନେଇ ଗୁରୁଗ୍ରାମ ପୁଲିସ ନିରନ୍ତର ଯାଞ୍ଚ ଜାରି ରଖିଛି। ଏହି ଯାଞ୍ଚ ସମୟରେ ରାଧିକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଅନେକ ଦିନ ପୂର୍ବରୁ ଡିଲିଟ ହୋଇଯାଇଥିବା ଜଣାପଡ଼ିଛି। ତେବେ ରାଧିକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଡିଲିଟ ହେବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେମିତି କି ରାଧିକା ନିଜ ଇଚ୍ଛାରେ ତାଙ୍କ ଆକାଉଣ୍ଟ ଡିଲିଟ କରିଥିଲେ ନା ପରିବାରଲୋକଙ୍କ ଚାପରେ ଡିଲିଟ କରିବାକୁ ବାଧ୍ୟ ହୋଇଥିଲେ।

Advertisment

ଗିରଫ ପ‌ରେ ହତ୍ୟାକାରୀ ବାପା ଦୀପକ ପୁଲିସ ସାମ୍ନାରେ  ଝିଅକୁ ହତ୍ୟା କରିବାର କାରଣ କହି କହିଥିଲେ, ‘ମୁଁ ରାଧିକାକୁ ବାରମ୍ବାର ଏକାଡେମୀ ବନ୍ଦ କରିବାକୁ କହୁଥିଲି । ସେ କିନ୍ତୁ ମୋର କୌଣସି କଥା ଶୁଣୁ ନଥିଲା କି ଏକାଡେମୀ ବନ୍ଦ କରୁ ନଥିଲା। ଲେକମାନେ ମୋତେ କ୍ରମାଗତ ଭାବେ ଝିଅ ରୋଜଗାରରେ ଚଳୁଥିବା କଥା କହି ତାତ୍ସଲ୍ୟ କରୁଥିଲେ। ଯାହାକି ମୋତେ ବହୁତ ଆଘାତ ଦେଇଥିଲା। ଯେଉଁ କାରଣରୁ ଏଭଳି ଏକ ନିଷ୍ପତ୍ତି ନେଇଥିଲି।’