ରାୟବରେଲି: ରାୟବରେଲିରେ ପୁଣି ଏକ ସ୍ୱାସ୍ଥ୍ୟ ବିଭାଗଙ୍କ ଅବହେଲା ଘଟଣା ସାମ୍ନାକୁ ଆସିଛି। ଜଣେ ଅନ୍ତସ୍ତତ୍ତ୍ୱା ମହିଳା ହସ୍‌ପିଟାଲଠାରୁ ୧୦୦ମିଟର ଦୂରରେ ସନ୍ତାନ ପ୍ରସବ କରିଛନ୍ତି। ସନ୍ତାନକୁ ପ୍ରସବ ଦେବା ପରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା।

Advertisment

ସୋମବାର ଅପରାହ୍ନରେ ଘୁରାଇରେ ବସବାସ କରୁଥିବା ପତ୍ନୀ ସୋମବତୀଙ୍କୁ ତାଙ୍କ ସ୍ୱାମୀ ପ୍ରେମ ଶଙ୍କର ନିଜ ବାଇକ୍‌ରେ ବସାଇ ସିଏଚସି ଖିରୋକୁ ପ୍ରସବ ପାଇଁ ଆଣିଥିଲେ। ସେଠାରେ ତାଙ୍କ ସହ ଦୁଲାରେପୁର ଆଶ ରାଜରାଣୀ ବି ଆସିଥିଲେ। ହସ୍‌ପିଟାଲରେ ଏକ ଘଣ୍ଟା ଚିକିତ୍ସା ପରେ ଡାକ୍ତର ମନୋଜ କୁମାର ବ୍ରିଫ୍‌ ପ୍ରଜେଟେସନ୍‌ ବତାଇ ମହିଳାଙ୍କୁ ଜିଲ୍ଲା ହସ୍‌ପିଟାଲକୁ ସ୍ଥାନାନ୍ତର କରି ଦେଇଥିଲେ।

publive-image

ଜିଲ୍ଲା ହସ୍‌ପିଟାଲ ନେବା ପାଇଁ ଆଶା ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ବହୁ ସମୟ ଧରି ଆମ୍ବୁଲାନ୍ସ ନଆସିବାରୁ ସୋମବତୀଙ୍କୁ ତାଙ୍କ ସ୍ୱାମୀ ପ୍ରେମ ଶଙ୍କର ବାଇକ୍‌ ଯୋଗେ ହସ୍‌ପିଟାଲ ନେଇ ଯାଇଥିଲେ। ହସ୍‌ପିଟାଲ ଆଉ ୧୦୦ମିଟର ଥିବା ବେଳେ ସୋମବତୀଙ୍କ ପ୍ରସବ ଯନ୍ତ୍ରଣା ବଢ଼ି ଯାଇଥିଲା। ସେ ଆଉ ବାଇକ୍‌ରେ ବସି ପାରିବେ ନାହିଁ ବୋଲି କହିଥିଲେ। ଏହା ପରେ ଶଙ୍କର ବାଇକ୍‌କୁ ରାସ୍ତାରେ ଅଟକାଇବା କ୍ଷଣି ସୋମବତୀ ରାସ୍ତାରେ ଗଡ଼ି ପଡ଼ିଥିଲେ। ରାସ୍ତାରେ ମହିଳାଙ୍କୁ ଯନ୍ତ୍ରଣାରେ ଗଡ଼ୁଥିବା ଦେଖି ସ୍ଥାନୀୟମହିଳାମାନେ ପାଖକୁ ଦୌଡ଼ି ଆସି ସାହାଯ୍ୟ କରିଥିଲେ। ଚଦର ଢ଼ାଙ୍କି ମହିଳାଙ୍କ ପ୍ରସବ କରାଇଥିଲେ।

publive-image

ପ୍ରସବ ପରେ ମହିଳାଙ୍କୁ ଡାକ୍ତରି ଦଳ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ହସ୍‌ପିଟାଲ ପହଞ୍ଚିବା ପରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା।