ରଘୁନାଥପୁର ବୋମାମାଡ଼ ଘଟଣା: ଅଭିଯୁକ୍ତ ଗିରଫ

ବନ୍ଧୁକ, ଗୁଳି ଜବତ

ବାରଙ୍ଗ: ରଘୁନାଥପୁରେ ବୋମାମାଡ଼ ଘଟଣାର ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ତା ନିକଟରୁ ଗୋଟିଏ ବନ୍ଧୁକ ଓ ୨ଟି ଅଫୁଟା ଗୁଳି ଜବତ କରିଛି। ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ବୋମା ମାଡ଼ ଘଟଣାର ଖୋଳତାଡ଼ କରିବା ବେଳେ ପୁଲିସକୁ ଏହି ସଫଳତା ମିଳିଛି। ସେଠାରୁ ଗିରଫ ଅଭିଯୁକ୍ତଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି ପୁଲିସ ବୋମା ଯୋଗାଉଥିବା ସ୍ଥାନୀୟ ବାଲିପଡ଼ା ଗ୍ରାମର ଯଚୀନ୍ଦ୍ର ପରିଡ଼ା(୩୦)କୁ ଗିରଫ କରିଥିଲା। ପଚରାଉଚରା କରିବାରେ ସେ ପୁଲିସ ନିକଟରେ ସତ କଥା ସ୍ୱୀକାର ମଧ୍ୟ କରିଛି। ପୁଲିସ ତା ନିକଟରୁ ଏକ ହାତ ତିଆରି ଦେଶୀ ବନ୍ଧୁକ ଓ ଦୁଇଟି ଅଫୁଟା ଗୁଳି ଜବତ କରିଛି। ଯଚୀନ୍ଦ୍ର ନାଁରେ ନନ୍ଦନକାନନ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଆଜି ତାକୁ କୋର୍ଟ ଚାଲାଣ କରିଛି। ଗତ ୬ ତାରିଖ ରାତିରେ ରଘୁନାଥପୁର ଗ୍ରାମର ଯାଦବ ରାଉତଙ୍କ ଘର ଊପରକୁ ବୋମା ମାଡ଼ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳାରୁ ଫେରାର ହୋଇ ଯାଇଥିଲେ। ଏ ନେଇ ନନ୍ଦନକାନନ ଥାନରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର