ଧଉଳି: ଶିଶୁପାଳଗଡ଼ ଓ ନୂଆଗାଁ ଗୋଷ୍ଠୀ ସଂଘର୍ଷ ଘଟଣାର ଦିନକ ପରେ ଆଜି ପୁଣି ଏହି ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ଘଟିଛି ଆଉ ଏକ ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ଦୁଇ ଜଣ ଗୁରୁତର ଆହତ ହୋଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ଗୋଟିଏ ପକ୍ଷର ଆହତ ଯୁବକ ଜଣକ ହେଲେ ଦୁଃଶାସନ ଭୋଇ (୩୨)। ତୁରନ୍ତ ଚିକିତ୍ସା ଲାଗି ଦୁଃଶାସନକୁ ପରିବାର ଲୋକ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେହିପରି ବିରୋଧୀ ଗୋଷ୍ଠୀର ଜଣେ ମଧ୍ୟ ଗୁରୁତର ଆହତ ହୋଇ ଅନ୍ୟତ୍ର ଚିକିତ୍ସିତ ହେଉଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଠେଙ୍ଗାବାଡ଼ି ଓ ରଡ୍ରେ ଦୁଇପକ୍ଷ ପରସ୍ପରକୁ ଆକ୍ରମଣ ଓ ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ଉଭୟ ପକ୍ଷଙ୍କ ଅଭିଯୋଗକୁ ଆଧାର କରି ଥାନାରେ ପୃଥକ୍ ପୃଥକ୍ ମାମଲା ରୁଜୁ ହୋଇଥିବା ଥାନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମାତ୍ର ଦିନକ ମଧ୍ୟରେ ଥାନା ସୀମା ପରିସର ଅଞ୍ଚଳରେ ଦୁଇ ଦୁଇଟି ଗଣ୍ଡଗୋଳ ଘଟଣା ଧଉଳି ଥାନା ପୁଲିସ ପାଇଁ ଏବେ ଚିନ୍ତାର କାରଣ ହୋଇଛି।
ରଘୁନାଥପୁରରେ ଗୋଷ୍ଠୀ ସଂଘର୍ଷ, ୨ ଆହତ
/sambad/media/post_attachments/wp-content/uploads/2018/01/93c39b057da5d9ff-injured-person-in-circle1-300x296.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)