ଅବକାରୀ ଚଢ଼ଉ, ୩ ଗିରଫ

ଖଣ୍ଡଗିରି: ଆଜି ଭୁବନେଶ୍ବର ଅବକାରୀ ବିଭା‌ଗ ପକ୍ଷରୁ ଖଣ୍ଡଗିରି ଭରତପୁର ଅଞ୍ଚଳରେ ଚଢ଼ଉ କରାଯାଇ ୩ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ନାକା ଗେଟ୍‌ ନିକଟରେ ରହୁଥିବା ଶଙ୍କର ଜେନା ଓ ମୋହନ ବାସ୍କେ। ଶଙ୍କରଠାରୁ ୩୦ ବୋତଲ ବିଦେଶୀ ମଦ ଓ ମୋହନଠାରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇଛି। ସେହିଭଳି ଶ୍ୟାମପୁର ପଣ୍ଡାକୁଦିଆ ଜଗନ୍ନାଥ ବସ୍ତିରୁ ସନ୍ତୋଷ ଦାସକୁ ଗିରଫ କରାଯାଇଛି। ତା’ଠାରୁ ୫ ଲିଟର ଦେଶୀ ମଦ ମିଳିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଆଇଆଇସି ଦେବୀପ୍ରସାଦ ଦାସ, ଏସ୍ଆଇ ଏଚ୍‌ ସି ସାମନ୍ତ, ସୁଜିତ ମୁଦୁଲି ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର