ଅବକାରୀ ବିଭାଗ ଚଢ଼ଉରେ ୫ ଗିରଫ; ଟଙ୍କା, ଗାଡ଼ି, ମଦ ଓ ୨୭ ଗ୍ରାମ ବ୍ରାଉନ୍‌ସୁଗାର ଜବତ

କଟକ/ଭୁବନେଶ୍ୱର: କଟକ ଓ ଭୁବନେଶ୍ୱର ଅବକାରୀ ବିଭାଗ ବୁଧବାର ମିଳିତ ଭାବେ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା, ଖଣ୍ଡଗିରି, ଆଇଆର୍‌ସି ଭିଲେଜ୍‌, ସାଲିଆ ସାହି ଆଦି ସ୍ଥାନରେ ଚଢ଼ଉ କରିବା ପରେ ୫ ଜଣ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ସୌମ୍ୟ ରଞ୍ଜନ ସାହୁ(୩୩), ପ୍ରଶାନ୍ତ କୁମାର ମହାପାତ୍ର(୩୨) ଏବଂ ସୋହାଗି ମଣି ମୁର୍ମୁ(୨୩), ଚମ୍ପା ମୁର୍ମୁ(୨୫) ଏବଂ ଫୁଲ ଟୁଡୁ(୪୫)। ଚଢ଼ଉ କାଳରେ ଏମାନଙ୍କ ନିକଟରୁ ବ୍ରାଉନ୍‌ ସୁଗାର୍‌, ମଦ, ଟଙ୍କା, ଗାଡ଼ି ଆଦି ଜବତ ହୋଇଛି।

ଏହି ଚଢ଼ଉ ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟ, ଆଇଆଇସି ଶରତ ଚନ୍ଦ୍ର ଭଞ୍ଜ ଓ  ଇନସ୍ପେକ୍ଟର ଦେବୀ ପ୍ରସାଦ ଦାସଙ୍କ ତତ୍ତ୍ୱାବଧାନରେ ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍ କରିଥିଲା। ଚଢ଼ଉ କାଳରେ ସମୁଦାୟ ୨୭ ଗ୍ରାମ ବ୍ରାଉନ୍‌ ସୁଗାର, ୨୮ ହଜାର ଟଙ୍କା, ଗୋଟିଏ ସ୍କୁଟି ଏବଂ ୨୫ ଲିଟର୍‌ର ଦେଶୀ ମଦ (ଯାହାର ମୁଲ୍ୟ ୩ ଲକ୍ଷରୁ ଊର୍ଧ୍ୱ ହେବ) ଆଦି ଜବତ ହୋଇଛି। ଏପରି ଚଢ଼ଉ ଲଗାତାର ଭାବେ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର