ଫିରିଙ୍ଗିଆ ବନ ବିଭାଗର ଚଢାଉ: ଚୋରା କାଠ ସହ ଟ୍ରାକ୍ଟର ଜବତ, ୩ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା କାଠ ସହ ଟ୍ରାକ୍ଟର ଜବତ କରାଯାଇଛି । ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ କ୍ରାଣ୍ଡିବାଲି ସଂରକ୍ଷିତ ଜଙ୍ଗଲରୁ କାଠ କଟା ଯାଇ ଚୋରା ଚାଲାଣ କରାଯାଉଥିଲା । ବିଶେଷ ସୁତ୍ରରୁ ଖବର ପାଇ ଫରେଷ୍ଟର ଆଶିକ କୁମାର ଦିଗାଲ ଓ ଫରେଷ୍ଟ ଗାର୍ଡ ଲକ୍ଷ୍ମଣ ରେଡି ଜଙ୍ଗଲରେ ପହଞ୍ଚି ଚଢାଉ କରିଥିଲେ । ଚଢାଉ ବେଳେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ସେମାନ ହେଲେ ଫିରିଙ୍ଗିଆ ଶ୍ରୀଫଳାର ଆକାଶ କହଁର, ବଳନ୍ଦାପଡାର ପ୍ରଦୀପ କହଁର, ଖଜୁରିପଡା ଅଞ୍ଚଳର ଅଟଲ ଭୋଇ । ଆଜି ସଂନ୍ଧ୍ୟାରେ ୩ ଜଣଙ୍କୁ କୋର୍ଟ ଚାଲଣ କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର