ଭୁବନେଶ୍ୱର: ଆଜି ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ପୁଲିସ ହୁକ୍କା ବାର୍ଗୁଡ଼ିକ ଉପରେ ଚଢ଼ଉ କରିଛି। ସହିଦନଗର ଥାନା ଅଧିକାରୀ ଏସିପି କିଶୋର ଚନ୍ଦ୍ର ମୁଣ୍ଡଙ୍କ ନେତତ୍ୱରେ ପୁଲିସର ଦୁଇଟି ଟିମ୍ ଭବାନୀ ମଲ୍ରେ ଥିବା ଟାୟାର ପାର୍ଟି ଏବଂ ଚାୟ ବ୍ରେକ୍ ହୁକ୍କା ବାର୍ ଉପରେ ଅଚାନକ ଚଢ଼ଉ କରି ୧୦ରୁ ଅଧିକ ଚିଲମ ଓ ମସଲା ଜବତ କରିଛି। ସେହିପରି ଇନ୍ଫୋସିଟି ଥାନା ଅଧିକାରୀ ବନିତା ମହାରଣାଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍ ହୁକ୍କିଡୁକି, କାନୋପି, ରିଚାର୍ଡ଼ସ କିଚେନ୍ ଓ ଆଡ୍ଡା ଆଦି ୪ଟି ହୁକ୍କା ବାର୍ରେ ଚଢ଼ଉ କରି ସେଠାରୁ ମଧ୍ୟ ଚିଲମ୍ ଓ ମସଲା ଆଦି ଜବତ କରିଛି। ଜବତ ମସଲାରେ ପ୍ରଚୁର ପରିମାଣର ନିକୋଟିନ୍ ଥିବା ପୁଲିସ ସନ୍ଦେହ କରିଛି। ଅନ୍ୟପଟେ ହୁକ୍କାବାର ମାଲିକମାନେ କହିଛନ୍ତି ଯେ, ଏହା ହର୍ବାଲ ମିଶ୍ରିତ ମସଲା। ଶରୀର ପ୍ରତି କୌଣସି କ୍ଷତି ସୃଷ୍ଟି କରିବ ନାହିଁ। ତେଣୁ ମସଲାଗୁଡ଼ିକୁ ଯାଞ୍ଚ ପାଇଁ ପଠାଯିବ ବୋଲି ଏସିପି ମୁଣ୍ଡ କହିଛନ୍ତି। ଯଦି ମସଲାରେ ନିକୋଟିନ୍ ଥିବା ଜଣାପଡ଼େ ତେବେ ହୁକ୍କାବାର ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।
ହୁକ୍କାବାର୍ରେ ଚଢ଼ଉ
ଚିଲମ ଓ ମସଲା ଜବତ
/sambad/media/post_attachments/wp-content/uploads/2018/01/RAJ-HUKA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)