ଭୁବନେଶ୍ୱର: ଆଜି ରାତି ପ୍ରାୟ ୧୦ଟା ବେଳେ ୟୁନିଟ୍ ୧ ମାର୍କେଟ୍ରେ ଏକ ଜୁଆ ଆଡ଼ା ଉପରେ ଚଢ଼ଉ ହୋଇଛି। ଆଖଣ୍ଡଳମଣି ମନ୍ଦିର ପଛ ପାର୍ଶ୍ୱରେ କ୍ୟାପିଟାଲ୍ ଥାନା ପୁଲିସ୍ ଚଢ଼ଉ କରି ୬ ଅଭିଯୁକ୍ତଙ୍କୁ ଅଟକ ରଖିଛି। ତାଙ୍କଠାରୁ ନଗଦ ୧୯ହଜାର ୪୦୦ ଟଙ୍କା ସମେତ ୬ଟି ମୋବାଇଲ୍ ଓ ୩ଟି କାଲ୍କୁଲେଟର ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ପୁରୀ କାକଟପୁରର ପ୍ରତାପ ସାହୁ (୪୮), ଖୋର୍ଧା ଜଙ୍କିଆର ରଂଜନ ପ୍ରଧାନ (୩୩), ବ୍ରହ୍ମପୁର କୋଦଳାର ତୋଫାନ ପ୍ରଧାନ (୩୪), ଡୁମୁଡୁମା ନୂଆସାହିର ପ୍ରୀତିକ୍ରିଷ୍ଣା ମହାନ୍ତି (୪୮), ପୁରୀ ପିପିଲିର କୁଞ୍ଜ ବିହାରୀ ମହାରଣା (୪୮), ଅନୁଗୁଳ ମଧୁପୁରର ସଦାନନ୍ଦ ଦେହୁରୀ (୩୩)। ସମସ୍ତ ଅଭିଯୁକ୍ତ ଏବେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରହୁଛନ୍ତି।
ଜୁଆ ଆଡ଼ା ଉପରେ ଚଢ଼ଉ, ୬ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/06/jua.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)