ଚନ୍ଦ୍ରଶେଖରପୁର: ରେଳ ସଦନ ନିକଟରୁ ଗତ ୨୨ ତାରିଖରେ ଚନ୍ଦନ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଅପହରଣ କରିନେବା ମାମଲାରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଚନ୍ଦନଙ୍କ ବନ୍ଧୁଙ୍କ ଅଭିଯୋଗ ମୁତାବକ ଉକ୍ତ ଦିନ ସନ୍ଧ୍ୟାରେ ଅଭିଯୁକ୍ତ ତପନ କୁମାର ସ୍ୱାଇଁ (୩୮) ଓ ବାସୁଦେବ ମହାପାତ୍ର(୩୪) ଚନ୍ଦନଙ୍କୁ ଆକ୍ରମଣ କରି ଅପହରଣ କରିନେଇଥିଲେ ଏବଂ ମୁଣ୍ଡ ଜାମିନ ରଖି ୪୦ ହଜାର ଟଙ୍କା ଦାବି କରିଥିଲେ। ଚନ୍ଦନଙ୍କ ବନ୍ଧୁ ଟଙ୍କା ଦେଇ ତାଙ୍କୁ ମୁକୁଳାଇଥିଲେ। ମାତ୍ର ଅପହର୍ତ୍ତାମାନେ ଚନ୍ଦନଙ୍କଠାରୁ ଲକ୍ଷେ ଟଙ୍କା, ସୁନା ଚେନ୍,ମୁଦି ଓ ଏକ ବାଇକ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ମାତ୍ର ଘଟଣାରେ ଅଧିକ ବ୍ୟକ୍ତିଙ୍କୁ ସଂପୃକ୍ତି ନେଇ ତଦନ୍ତ ଜାରି ରଖିଛି। ଅପହର୍ତ୍ତାମାନେ ଚନ୍ଦନଙ୍କୁ ମାଡ଼ ମାରି ଆହତ କରିଥିବାରୁ ସେ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଅପହର୍ତ୍ତା ଦୁଇ ରେଳ କର୍ମଚାରୀ ଗିରଫ
ଅପହରଣ ପରେ ମୁଣ୍ଡ ଜାମିନ ମାମଲା
/sambad/media/post_attachments/wp-content/uploads/2018/01/raj-cspur3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)