ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାକୁ ନେଇ ନୂଆନୂଆ ତଥ୍ୟା ସାମ୍ନାକୁ ଆସିଛି। ଏହି କ୍ରମରେ ଜ୍ୟୋତିଷଙ୍କ ଦୁଇଟି ଭବିଷ୍ୟବାଣୀକୁ ନେଇ ଆଲୋଚନା ଜୋର ଧରିଛି।
ସୋନମ ରଘୁବଂଶୀଙ୍କ ବାପା ଦେବୀସିଂହ ରଘୁବଂଶୀ ପ୍ରକାଶ କରି କହିଛନ୍ତି, ‘ ମୋ ମତରେ ଯଦି ଜ୍ୟୋତିଷଙ୍କ କଥା ଆମେ ମାନି ଥାଆନ୍ତେ ତେବେ ଏପରି ଅଘଟଣ ବୋଧ ହୁଏ ଟଳି ଯାଇଥାଆନ୍ତା। କାରଣ ଝିଅର ବିବାାହ ପରେ ଜ୍ୟୋତିଷ ସୋନମଙ୍କ ବିଦାୟୀ ପାଇଁ ଜୁନ୍ ୫ ତାରିଖର ଶୁଭ ସମୟ ବାହାର କରିଥିଲେ, ସେପର୍ଯ୍ୟନ୍ତ ସୋନମଙ୍କୁ ତାଙ୍କ ମାତୃଗୃହରୁ ବାହାରକୁ ଯିବାକୁ ବାରଣ କରିଥିଲେ।
ଜ୍ୟୋତିଷ ବିବାହ ପାଇଁ ସୋନମ ଏବଂ ରାଜାଙ୍କ ଜାତକକୁ ମିଳାଇଥିଲେ। ଏଥିରେ ଭଉୟ ମାଙ୍ଗଳିକ ଥିବା ଜଣାପଡ଼ିଥିଲା। ପ୍ରାରମ୍ଭରେ ବିବାହ ତାରିଖ ମଇ ୧୬ ତାରିଖରେ ସ୍ଥିର ହୋଇଥିଲା। ମୁଁ ଝିଅର ବିବାହ ଦୀପାବଳି ପରେ କରିବାକୁ ଚାହୁଁଥିଲି, କିନ୍ତୁ ରାଜାଙ୍କ ବାପା ଏତେଦିନ ଅପେକ୍ଷା କରିବା ପାଇଁ ରାଜି ନଥିଲେ। ତେଣୁ ବିବାହ ମଇ ୧୧ତାରିଖରେ ସମ୍ପର୍ଣ୍ଣ ହୋଇଥିଲା।
ବିବାହ ପରେ ଜ୍ୟୋତିଷ ସୋନମଙ୍କୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ଶାଶୁଘରକୁ ବିଦା ନକରିବାକୁ କହିଥିଲେ। ସେ ପର୍ଯ୍ୟନ୍ତ ସୋନମଙ୍କୁ ତାଙ୍କ ବାପା ଘରେ ରହିବାକୁ କହିଥିଲେ କିନ୍ତୁ ଶାଶୁଘର ଲୋକଙ୍କ ଚାପରେ ବିବାହର ତିନି ଦିନ ପରେ ସୋନମଙ୍କ ବିଦା କରାଯାଇଥିଲା।
ମୋ ମନ କହୁଛି ବିବାହକୁ ନେଇ ଜ୍ୟୋତିଷ ଯେଉଁ ଶୁଭ ସମୟ ବାହାର କରିଥିଲେ ଆମେ ଯଦି ତାହାକୁ ପାଳନ କରିଥାଆନ୍ତୁ ବୋଧ ହୁଏ ଆଜି ଏ ଅଘଟଣ ଘଟି ନଥାଆନ୍ତା।