ସ୍ୱାମୀ ଆଗରେ ସ୍ତ୍ରୀ ସହ ଦୁଷ୍କର୍ମ କଲେ ୫ଜଣ ଦୁର୍ବୃତ୍ତ

ନୂଆଦିଲ୍ଲୀ : ରାଜସ୍ଥାନର ଅଲଓ୍ଵର ଜିଲ୍ଲାରେ ଥିବା ଥାନାଗାଜୀ ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ୫ଜଣ ଦୁବୃର୍ତ୍ତ ମିଶି ସ୍ୱାମୀ ଆଗରେ ସ୍ତ୍ରୀ ସହ ଦୁଷ୍କର୍ମ କରିବା ଘଟଣାକୁ  ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । କେବଳ ଦୁଷ୍କର୍ମ ନୁହେଁ, ଏଭଳି ଅମାନବୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତମାନେ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ ବୋଲି ଜଣା ପଡ଼ିଛି । ଭିଡିଓ ଭାଇରାଲ ହେବା ପରେ ପୁଲିସ ଭାଇରାଲ ଭିଡିଓ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୧୪୭,୧୪୯, ୩୨୩, ୩୪୧, ୩୫୪ବି, ୩୭୬ଡି ଏବଂ ୫୦୬ ଅନୁଯାୟୀ ମାମଲା ରୁଜୁ କରିଛି ।

NDTV.com

ମିଳିଥିବା ସୂଚନା ମୁତାବକ, ଏପ୍ରିଲ ୨୬ରେ ଜଣେ ଦଳିତ ମହିଳା ନିଜ ସ୍ୱାମୀଙ୍କ ସହ ବାଇକ୍‌ରେ ଶାଶୁ ଘରକୁ ଯାଉଥିଲେ । ବାଟରେ ୫ଜଣ ଯୁବକ ସ୍ୱାମୀ-ସ୍ତ୍ରୀଙ୍କୁ ଅଟକାଇବା ସହ ସ୍ୱାମୀ ଆଗରେ ସ୍ତ୍ରୀ ସହିତ ଦୁଷ୍କର୍ମ କରିଥିଲେ । ଏହା ସହ ଭିଡିଓ ଏବଂ ଫଟୋ ମଧ୍ୟ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ସମ୍ବନ୍ଧିତ ଖବର