ଦଳିତ ମହିଳାଙ୍କ ଅଭିଯୋଗ : ଥାନାରେ ମାଡ଼ ମାରିବା ସହ ଗଣଦୁଷ୍କର୍ମ କଲେ ପୁଲିସ କର୍ମଚାରୀ

ଚୁରୁ(ରାଜସ୍ଥାନ) : ରାଜସ୍ଥାନର ଚୁରୁ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ନିଲମ୍ବିତ ୫-୬ଜଣ ପୁଲିସ କର୍ମଚାରୀ ମିଶି ଦଳିତ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଥାନାରେ ମାଡ଼ ମରାଯିବା ସହ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ରବିବାର ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ପୀଡ଼ିତା ।

Isha Foundation

ସୂଚନା ମୁତାବକ, ଜୁଲାଇ ୬ରେ ନେମିଚାନ୍ଦ ନାୟକ ଏବଂ ତାଙ୍କ ଭାଉଜଙ୍କୁ ଚୋରି ଅଭିଯୋଗରେ ପୁଲିସ ଗିରଫ କରିଥିବା ବେଳେ ଜେଲରେ ହିଁ ନେମିଚନ୍ଦଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଷ୍ଟେସନ ଯିବା ପରେ ୫-୬ଜଣ ପୁଲିସ ଅଧିକାରୀ ନେମିଚାନ୍ଦ ଏବଂ ତାଙ୍କ ଭାଉଜଙ୍କୁ ମାଡ଼ ମାରିଥିଲେ । ପ୍ରତାରିତ କରିବା ସହ ପୀଡ଼ିତାଙ୍କ ସହ ସମସ୍ତେ ମିଶି ନେମିଚାନ୍ଦଙ୍କ ଆଗରେ ଗଣଦୁଷ୍କର୍ମ କରିଥିଲେ । ପୀଡ଼ିତା ଅଚେତ ହୋଇଯିବା ସହ କିଛି ସମୟରେ ନେମିଚାନ୍ଦଙ୍କ ଅବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ନେମିଚାନ୍ଦ ମୃତ୍ୟୁ ହୋଇଥିଲା । ଏବେ ପୀଡ଼ିତାଙ୍କ ଚେତା ଫେରିବା ପରେ ପୁଲିସ ତାଙ୍କ ବୟାନ ରେକର୍ଡ କରି ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପୁଲିସକର୍ମୀମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର