ଅଲବର: ରାଜସ୍ଥାନର ଅଲବର ଜିଲ୍ଲାର ବଗଡ଼ ତିରାୟା ଥାନା ଅଞ୍ଚଳସ୍ଥ ଏକ ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ କାରରେ ଗଣଦୁଷ୍କର୍ମ କରାଯିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ବାପା ଓ ମା’ ଡିଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ପାଇଁ ଗୁହାରି କରିଛନ୍ତି।

Advertisment

ଗଣଦୁଷ୍କର୍ମ ପୀଡ଼ିତା ପୁଲିସ ନିକଟରେ ନିଜର ବୟାନ ଦେଇଥିବା ବେଳେ କହିଛନ୍ତି, ‘୨୦୨୫ ଏପ୍ରିଲ ୨୫ ତାରିଖରେ ମୁଁ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ କାରରେ କିଛି ଅଜଣାଲୋକ ଆସି ମୋତେ ଉଠାଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ମୋତେ ୧୧ଦିନ ବନ୍ଧକ ରଖି ମୁହଁରେ କପଡ଼ା ବାନ୍ଧି ଜଣକ ପରେ ଜଣେ ଦୁଷ୍କର୍ମ କରି ଚାଲିଥିଲେ। ଏହି ଘଟଣାର ସେମାନେ ଭିଡିଓ ବି କରି ଘଟଣା ବିଷୟରେ କାହାକୁ କିଛି ନଜଣାଇବା ପାଇଁ ଧମକ ଦେଇଥିଲେ।

ସ୍ଥାନୀୟଲୋକଙ୍କ ସାହାଯ୍ୟ ମୁଁ ଘରେ ପହଞ୍ଚି ପରିବାରଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲି। ଏହାପରେ ଦୁଷ୍କର୍ମକାରୀ ବାରମ୍ବାର ମୋତେ ଧମକ ଦେଉଥିଲେ।ଏହାରି ଭୟରେ ଆମେ କାହାରିକୁ କିଛି ନଜଣାଇ ଚୁପ ରହିଥିଲୁ। ପରିସ୍ଥିତି ଅସମ୍ଭାଳ ହେବାକୁ ସାହାସ ଜୁଟାଇ ପୁଲିସରେ ମାମଲା ରୁଜୁ କରିଥିଲୁ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଶେ‌ଷରେ ପରିବାର ସହିତ ମୁଁ ଡିଏସପିଙ୍କ କାର୍ଯ୍ୟାଳୟରେ ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ଗୁହାରି କରିଛି।’