ଭୁବନେଶ୍ୱର: ରାଜସ୍ଥାନ କ୍ୟାଡର ଓଡ଼ିଆ ଆଇଏଏସ୍ ଅଫିସର ବି.ବି.ମହାନ୍ତିଙ୍କୁ ପୁଲିସ ମଙ୍ଗଳବାର ଗିରଫ କରିଛି। ମହାନ୍ତି ରାଜସ୍ଥାନ ଜୟପୁର ସୋଦଲା ଏସପି ଅଫିସକୁ ଆସି ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ୨୦୧୪ରେ ଜଣେ ୨୩ ବର୍ଷୀୟ ଯୁବତୀ ବି.ବି.ମହାନ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଆଇଏଏସ ପରୀକ୍ଷାରେ ସଫଳ କରାଇ ଦେବାର ପ୍ରତିଶ୍ରୁତି ଦେଇ ବି.ବି.ମହାନ୍ତି ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ରାଜସ୍ଥାନ ସରକାର ମହାନ୍ତିଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ଏହା ପରଠାରୁ ବି.ବି.ମହାନ୍ତି ଫେରାର ଥିଲେ। ସେହି ଦିନଠାରୁ ମହାନ୍ତିଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି ହୋଇଥିଲା। ଡାକ୍ତରୀ ପରକ୍ଷା କରାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜୟପୁର ଡିସିପି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/BB-Mohanty.jpg)