ପ୍ରେମରେ ସାରା ଜୀବନର ପୁଞ୍ଜି ଲଗାଇ ମଧ୍ୟ ଧୋକା ମିଳିବାରୁ ଫେସ୍‌ବୁକ୍‌ ଲାଇଭ୍‌ କରି ଆତ୍ମହତ୍ୟା କଲେ ଯୁବକ

ସିକର : ରାଜସ୍ଥାନର ସିକରରେ ଜଣେ ଯୁବକ ଫେସ୍‌ବୁକ୍‌ ଲାଇଭ୍‌ କରି ଆତ୍ମହତ୍ୟା କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରେମରେ ଧୋକା ମିଳିବା ପରେ ଯୁବକ, ପ୍ରେମ କରିବ ନାହିଁ । ପ୍ରେମରେ କେବଳ ଧୋକା ମିଳେ ବୋଲି କହି ଯୁବକ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣା ପଡ଼ିଛି । ଲାଇଭ୍‌ ଭିଡିଓଟି ଭାଇରାଲ ହେଉଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।

Image result for suicide
Chabad

ପୁଲିସ କହିବା ଅନୁଯାୟୀ, ମୃତକଜଣଙ୍କ ସାଉଦି ଆରବରେ ଚାକିରି କରୁଥିବା ବେଳେ ପାଖ ଗାଁର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ସାଉଦି ଆରବରୁ ଫେରି ସେ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଯୁବତୀଙ୍କ ବାପା ଏ ନେଇ ରାଜି ହେଉ ନଥିଲେ । ଯୁବତୀଜଣଙ୍କ ୭ଲକ୍ଷ ଟଙ୍କା ବାପାଙ୍କ ଆକାଉଣ୍ଟକୁ ପଠାଅ । ଟଙ୍କା ଦେଖି ବାପା ରାଜି ହୋଇଯିବେ ବୋଲି ମୃତକଙ୍କୁ କହିଥିଲେ ଯୁବତୀ । ଏହା ପରେ ମୃତକ ନିଜ ପ୍ରେମିକାଙ୍କ ବାପାଙ୍କ ଆକଉଣ୍ଟକୁ ୭ଲକ୍ଷ ଟଙ୍କା ପଠାଇଥିଲେ । ଟଙ୍କା ପଠାଇବା ପରେ ମଧ୍ୟ ପ୍ରେମିକାର ବାପା ବିବାହ ପାଇଁ ରାଜି ନ ହେବା ସହ ପ୍ରେମିକା ମଧ୍ୟ ଫୋନ ଉଠାଇବା ବନ୍ଦ କରି ଦେଇଥିଲା । ରାଗରେ ଗାଁକୁ ଫେରି ମୃତକଜଣଙ୍କ ଲାଇଭ୍‌ ଭିଡିଓ କରିବା ସହ ନିଜ ଗଳା କାଟି ଦେଇଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ସେ ନିଜ ମା’କୁ ଫୋନ କରି ଆତ୍ମହତ୍ୟା କରୁଥିବା ଜଣାଇଥିଲେ । ଖବର ପାଇଁ ମୃତକଙ୍କ ମା’ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା ।

ସମ୍ବନ୍ଧିତ ଖବର