ଜୟପୁର: ରାଜସ୍ଥାନର ଅଲୱର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସ୍ବାମୀ ତିନ୍ ତଲାକ ଦେବାର ଘଣ୍ଟାକ ପରେ ଶଶୁର ନିଜ ବୋହୂ ସହ ଦୁଷ୍କର୍ମ କରିବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିବା ପରେ ପୀଡ଼ିତା ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ପୂରା ଘଟଣା ଜଣାଇଥିଲେ। ଅଭିଯୋଗ ପାଇଁ ପୁଲିସ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଥିବା ବେଳେ ଅଧିକ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି।
/sambad/media/post_attachments/37e09daf32c697c09ea69ec6ad063d4a010bed21a145fbfd9d1082ae8fd9d6df.jpg)
ସୂଚନା ମୁତାବକ, ନଭେମ୍ବର ୨୨ରେ ପୀଡ଼ିତାଙ୍କ ସ୍ବାମୀ ତାଙ୍କୁ ତିନ୍ ତଲାକ୍ ଦେବା ପରେ ପୀଡ଼ିତା ଭାଙ୍ଗି ପଡ଼ିଥିଲେ। ପୁଅ-ବୋହୂ ମଧ୍ୟରେ ସଂପର୍କ ସୁଧାରିବାର ଚେଷ୍ଟା କରିବା ପରିବର୍ତ୍ତେ ଅଭିଯୁକ୍ତ ଶଶୁର ସେହି ଦିନ ସଂନ୍ଧ୍ୟାରେ ଦୁଷ୍କର୍ମ ଭଳି ଅବରାଧ କରିଥିଲେ। ପୀଡ଼ିତା ପ୍ରଥମେ ବିରୋଧ କରିଥିଲେ ମଧ୍ୟ ବନ୍ଧୁକ ମୁନରେ ଡ଼ରାଇ ଅଭିଯୁକ୍ତ ଶଶୁର ଦୁଷ୍କର୍ମ କରିଥିଲା ବୋଲି ଜଣା ପଡ଼ିଛି। ଏ ନେଇ ଅଭିଯୋଗ ହେବା ପରେ ଏବେ ଦୁଇ ବାପ-ପୁଅ ଫେରାର ରହିଛନ୍ତି। ଅଭିଯୋଗ ପାଇ ଦୁହିଁଙ୍କୁ ଖୋଜିବା ସହ ଅଧିକ ସୂଚନା ପାଇଁ ତଦନ୍ତ ଚଳାଇଛି ପୁଲିସ।