ବିବାହ ଉତ୍ସବରେ ଅନ୍ୟ ମହିଳାଙ୍କ ସହ ନାଚୁଥିଲେ, ସ୍ତ୍ରୀ ରୋକିବାରୁ କୁରାଢ଼ୀରେ ହାଣି ହତ୍ୟା କଲା ସ୍ୱାମୀ

ଉଦୟପୁର : ରାଜସ୍ଥାନର ଉଦୟପୁରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଏଠାରେ ଜଣେ ୬୦ବର୍ଷୀୟ ବୃଦ୍ଧ ନିଜ ପତ୍ନୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏକ ବିବାହ ଉତ୍ସବରେ  ତ୍ସ୍ୱାମୀ ଅନ୍ୟ  ଜଣେ ମହିଳାଙ୍କ ସହ ନାଚୁଥିବା କଥାକୁ ନେଇ ବିରୋଧ କରିଥିଲେ ତାଙ୍କ ପତ୍ନୀ । ଯାହା ପରେ ଏଭଳି ପଦକ୍ଷେପ ନେଇଥିଲା ସ୍ୱାମୀ । ଏ ନେଇ ମୃତ ମହିଳାଙ୍କ ପୁଅ ପୁଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।

oneindia.com

ପୁଲିସ ଦେଇଥିବା ସୁଚନା ମୁତାବକ, ଅଭିଯୁକ୍ତ ନିଜ ପତ୍ନୀଙ୍କ ସହ ମେ’୨୪ରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ସେଠାକୁ ଯାଇ ଅଭିଯୁକ୍ତ ଅନ୍ୟ ମହିଳାଙ୍କ ସହ ନାଚିବା ଆରମ୍ଭ କରିଥିଲେ । ବିବାହରେ ଯୋଗ ଦେଇ ଘରକୁ ଆସିବା ପରେ ଏ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ଯାହା ପରେ ଅଭିଯୁକ୍ତ ରାଗରେ ନିଜ ପତ୍ନୀଙ୍କୁ କୁରାଢ଼ୀରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର