ସ୍ବାମୀଙ୍କୁ ମାରି ୬ଖଣ୍ଡ କରିବା ପରେ ୩ଟି ସ୍ଥାନରେ ପୋତି ଆମ୍ବଗଛ ଲଗାଇଲେ ସ୍ତ୍ରୀ’ଙ୍କ ପ୍ରେମିକ

ପାଲି: ରାଜସ୍ଥାନର ପାଲିରେ ଜଣେ ୩୩ ବର୍ଷିୟ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ’ଙ୍କ ପ୍ରେମିକ ହତ୍ୟା କରିବା ପରେ ଶବକୁ ୬ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପୋତି ଦେଇ ତା’ ଉପରେ ଆମ୍ବ ଚାରା ଲଗାଇଥିବା କଥା ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ଅଭିଯୁକ୍ତ ହେଉଛନ୍ତି ମଦନଲାଲ। ସେ ୩୩ ବର୍ଷିୟ ଯୋଗେନ୍ଦ୍ରଙ୍କୁ ହତ୍ୟା କରି ଗୋଟାଏ ବଣ ପାଖରେ ତାଙ୍କ ଗଣ୍ଡି ପୋତିଥିବା ବେଳେ ମୁଣ୍ଡ, ଦୁଇ ହାତ ଓ ଦୁଇ ଗୋଡ଼ ଘରଠାରୁ ୧୦୦ ମିଟର ଦୂର ଗୋଟାଏ ବଗିଚାରେ ଦେଇଥିଲେ।

ଗିରଫ କରାଯାଇ ମଙ୍ଗଳବାର ଦିନ ହାଜତକୁ ନିଆଯାଇଥିବା ଅଭିଯୁକ୍ତ ମଦନଲାଲ୍‌ ଯୋଗେନ୍ଦ୍ରଙ୍କ ଦେହାଂଶ ପୋତିଥିବା ସ୍ଥାନରେ ଗୋଟାଏ ଆମ୍ବଚାରା ବି ରୋପଣ କରି ସେଥିରେ ପ୍ରତିଦିନ ପାଣି ଦେଉଥିବା କଥା ପୁଲିସ କହିଛି।

Image Courtesy of India Today

ଜୁଲାଇ ୧୩ ତାରିଖ ଦିନ ଯୋଗେନ୍ଦ୍ରଙ୍କ ବାପା ମିଶ୍ରାଲାଲ୍‌ ମେଘୱାଲ୍‌  ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ମଦନଲାଲ୍‌ଙ୍କୁ ଗିରଫ କରିଥିଲା। ତାଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୧୧ ତାରିଖ ଦିନ ଘରୁ ଯାଇଥିବା ଯୋଗେନ୍ଦ୍ର ଆଉ ଫେରି ନ ଥିଲେ। ମଦନଲାଲ୍‌ଙ୍କ ଉପରେ ସନ୍ଦେହ ହେବାରୁ ଯୋଗେନ୍ଦ୍ରଙ୍କ ବାପା ଥାନାକୁ ଯାଇଥିଲେ। ସେ କହୁଛନ୍ତି କି, ତାଙ୍କ ପୁତ୍ର ହତ୍ୟାକାଣ୍ଡରେ ଅଧିକ ଲୋକ ସମ୍ପୃକ୍ତ ଥାଇ ପାରନ୍ତି।

ଅଭିଯୋଗ ଆଧାରରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ମଦନଲାଲ୍‌ଙ୍କୁ ଗିରଫ କରିଥିଲା। ପଚରା ଉଚରା କରାଯିବାରୁ ମଦନଲାଲ୍‌ ସ୍ବୀକାର କଲେ କି, ଯୋଗେନ୍ଦ୍ରଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ଥିବାରୁ ସେ ତାଙ୍କୁ ହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର