ଯୌତୁକରେ କାର୍‌ ନ ଆଣିବାରୁ ବିବାହର ଘଣ୍ଟାକ ପରେ ତିନ୍‌ ତଲାକ୍‌ ଦେଲା ସ୍ୱାମୀ

ନୂଆଦିଲ୍ଲୀ : କିଛି ଦିନ ତଳେ ମୁସ୍‌ଲିମ୍‌ ସଂପ୍ରଦାୟରେ ପ୍ରଚଳିତ ଥିବା ତିନ୍‌ ତଲାକ୍‌ ପ୍ରଥାକୁ ହଟାଇବା ପାଇଁ ଏକ ବିଲ୍‌ ପାସ୍‌ କରାଯିବା ସହ ଏହାକୁ ବେଆଇନ୍‌ ବୋଲି ଘୋଷଣା କରାଯାଇଥିଲା । କିନ୍ତୁ ବେଆଇନ୍‌ ବୋଲି ଘୋଷଣା କରାଯିବା ପରେ ମଧ୍ୟ କିଛି ଲୋକ ଏହି ଆଇନ୍‌କୁ ମାନୁ ନଥିବା ଦେଖାଯାଇଛି । ବିଗତ କିଛି ଦିନ ମଧ୍ୟରେ ତିନ୍‌ ତଲାକ୍‌ର ଅନେକ ମାମଲା ସାମ୍ନାକୁ ଆସିଥିବା ବେଳେ ରାଜସ୍ଥାନରେ ପୁଣି ଏକ ମାମଲା ସାମ୍ନାକୁ ଆସିଛି । କୁବୁଲ ହେ କହି ବିବାହ କରିବାର ଘଣ୍ଟାକ ପରେ ତିନ୍‌ ତଲାକ୍‌ ଦେଇ ଛାଡ଼ପତ୍ର ଦେଇଛନ୍ତି ଯୁବକ । ତାଙ୍କର ଏଭଳି କାମ ପାଇଁ ପୁଲିସ ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

Image result for triple talaq
Business Today

ସୂଚନା ମୁତାବକ, ୨୭ବର୍ଷୀୟ ନାଦିମ୍‌ଙ୍କ ବିବାହ ୨୬ବର୍ଷୀୟ ରୁବିଙ୍କ ସହ ଗୁରୁବାର ହୋଇଥିଲା । ମୌଲବୀଙ୍କ ଆଗରେ କୁବୁଲ ହେ କହି ବିବାହ କରିବା ପରେ ରୁବିଙ୍କ ପରିବାର ଲୋକେ କାର୍‌ ଦେଇ ପାରି ନଥିବା ଜାଣି ବିବାହର ଘଣ୍ଟାକ ପରେ ତିନ୍‌ ତଲାକ୍‌ ଦେଇଥିଲେ ନାଦିମ୍‌ । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ନାଦିମ୍‌ଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର