ବୁନ୍ଦି: ରାଜସ୍ଥାନର ବୁନ୍ଦିରେ ଜଣେ ୧୫ବର୍ଷୀୟା ନାବାଳିକାକୁ ତା’ର ସ୍ବାମୀ ସମେତ ୪ଜଣ ଅଭିଯୁକ୍ତ ଅପହରଣ ଓ ପରେ ଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏବେ ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ଅଭିଯୋଗ ରଖି ତଦନ୍ତ ଆରମ୍ଭ କରିଛି ପୁଲିସ।

Advertisment

publive-image www.patheos.com

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତା ଖୁବ୍ କମ ବୟସରୁ ବିବାହ କରି ନେଇଥିଲେ। ନଭେମ୍ବର ୨୭ରେ ପୀଡ଼ିତା ସ୍କୁଲ ଯାଉଥିବା ବେଳେ ୪ଜଣ ଦୁର୍ବୃତ୍ତ ଏକ ଭ୍ୟାନରେ ଆସି ପୀଡ଼ିତାଙ୍କୁ ‌ଅପହରଣ କରି ନେଇଥିଲେ। ୪ଜଣଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ସ୍ବାମୀ ଥିଲା ବୋଲି କହିଛି ପୁଲିସ। ଅଭିଯୁକ୍ତମାନେ ପୀଡ଼ିତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଅପହରଣ କରିବା ପାଇଁ ଯୋଜନା କରିଥିଲେ। କିନ୍ତୁ ସେମାନେ ଖସିବାରେ ସଫଳ ହୋଇଥିଲେ। ଅପହରଣ ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ଅଚେତ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ଏବେ ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ବାପା ବବୁ ଲାଲ ଗୁଜ୍ଜର ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ସ୍ବାମୀ ହୋଇ ମଧ୍ୟ ନିଜ ସ୍ତ୍ରୀ ସହ ଏଭଳି କ’ଣ ପାଇଁ ଯୁବକ କଲେ, ସେ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ।