ଘରକୁ ଡ଼ାକି ୧୪ବର୍ଷୀୟା ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କଲେ ପଡ଼ୋଶୀ, ଭିଡିଓ ଭାଇରାଲ କରିବାର ଧମକ ଦେଇ ଚୁପ୍‌ ରହିବାକୁ କହିଲେ ଅଭିଯୁକ୍ତଙ୍କ ପତ୍ନୀ

ଅଲଓ୍ଵର : ରାଜସ୍ଥାନର ଅଲଓ୍ଵରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଘରକୁ ଡ଼ାକି ନେଇ ୧୪ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରିବା ଓ ପରେ ଭିଡିଓ ଭାଇରାଲ କରି ଦେବା ଭଳି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାର କିଛି ଦିନ ପରେ ଭିଡିଓ ଭାଇରାଲ ହେବାରୁ ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଖି ଆଗକୁ ଘଟଣାଟି ଆସିଥିଲା । ଯାହା ପରେ ଏବେ ସେମାନେ ପୁଲିସରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଜୁଲାଇ ୧୭ରେ ପୀଡ଼ିତାଙ୍କୁ ତାଙ୍କ ପଡ଼ୋଶୀ ରୌନକ ନିଜ ଘରକୁ ଡ଼ାକି ନେଇଥିଲେ । ରୌନକଙ୍କ ଘରକୁ ଯିବା ପରେ ଘର ଭିତରେ ପୂର୍ବରୁ ତାଙ୍କ ସଂପର୍କୀୟ ରାହୁଲ ଉପସ୍ଥିତ ଥିଲେ । ପୀଡ଼ିତା ଭିତରକୁ ଯିବା ପରେ ରାହୁଲ ତାଙ୍କୁ ଟାଣି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏ ସମୟରେ ରୌନକଙ୍କ ସ୍ୱାମୀ ଜୈକମ ଫଟୋ ଓ ଭିଡିଓ ଉତ୍ତୋଳନ କରି ନେଇଥିଲେ । ରାହୁଲ ଯିବା ପରେ ଜୈକମ ସେ ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ପୀଡ଼ିତାଙ୍କ ସହ ପୁଣି ଦୁଷ୍କର୍ମ କରିଥିଲେ । ଜୈକମ ଏଭଳି ଅପରାଧ କରୁଥିବା ଦେଖି ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ ପତ୍ନୀ ରୌନକ । ଏହା ସହ ପୀଡ଼ିତାଙ୍କୁ କାହାକୁ ନ କହିବା ପାଇଁ କହିବା ସହ ଭିଡିଓ ଭାଇରାଲ କରିବାର ଧମକ ଦେଇଥିଲେ ରୌନକ ।

oneindia.com

କିଛି ଦିନ ବିତିବା ପରେ ପୀଡ଼ିତାଙ୍କୁ ରାସ୍ତାରେ ଇମ୍‌ରାନ୍‌ ନାମକ ଜଣେ ଯୁବକ ନିଜ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ପୀଡ଼ିତା ମନା କରିବାରୁ ସେ ଜୈକମଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ । ଏଭଳି ଭିଡିଓ ପୀଡ଼ିତାଙ୍କ ଭାଇ ଦେଖିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ପୀଡ଼ିତା ପୂରା ଘଟଣା ପରିବାରକୁ ଜଣାଇବା ପରେ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଇମ୍‌ରାନ୍‌, ରୌନକ, ଜୈକମ ଓ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର