ସ୍ବାମୀ ଗରିବ ଥିବାରୁ ସ୍ତ୍ରୀ ନିଜର ସ୍ବପ୍ନ ପୂରା କରିବା ପାଇଁ ଉଠାଇଥିବା ପଦକ୍ଷେପ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ରାଜସ୍ଥାନର ନା‌ଗୌର ଜିଲ୍ଲାରେ ହନି ଟ୍ରାପର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଜଣେ ମାର୍ବଲ ବ୍ୟବସାୟୀଙ୍କୁ ସୋସିଆଲ ମିଡିଆରେ ତାଙ୍କର ଏକ ଆପତ୍ତିଜନକ ଭିଡିଓ ପୋଷ୍ଟ କରିବାକୁ ଧମକ ଦେଇ ବ୍ଲାକମେଲ କରି ଏଯାବତ ୨୩ ଲକ୍ଷ ଟଙ୍କା ଲୁଟି ସାରିଛନ୍ତି। ପୁଲିସ ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରିଛି।

ନାଗୌର ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୨୨ରେ ମାର୍ବଲ ବ୍ୟବସାୟୀ ଘରୁ ବାହାରକୁ ଯାଇଥିଲେ। ଏପ୍ରିଲ ୨୩ରେ ତାଙ୍କ ପରିବାର ସଦସ୍ୟ ପୁଲିସ ଷ୍ଟେସନରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ଯେତେବେଳେ ବ୍ୟବସାୟୀଙ୍କୁ ପୁଲିସ ପାଇଥିଲା ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା।

ପୀଡିତ ମାର୍ବଲ ବ୍ୟବସାୟୀ ପୁଲିସକୁ କହିଛନ୍ତି ଯେ ଗୁଣାବାତୀର ବାସିନ୍ଦା ରେଖା କାନୱାର ଏବଂ ଶୈତାନ ସିଂ ତାଙ୍କ ଅଶ୍ଳୀଳ ଭିଡିଓ କରି ତାହାକୁ ଭାଇରାଲ କରିବାକୁ ଧମକ ଦେଇ ୨୩ଲକ୍ଷ ଟଙ୍କା ଲୁଟି ସାରିଲେଣି।

ବାସ୍ତବରେ ରେଖା ସ୍ୱାମୀ ବିକ୍ରମ ସିଂଙ୍କ ସହ ଏକ କୁଟୀର ଘରେ ରହୁଥିଲେ। ତାଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ରେଖା ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ଚାହୁଁଥିଲେ। ମାର୍ବଲ କମ୍ପାନିରେ ପଥର କାଟିବା କାମ କରୁଥିବା ରେଖାଙ୍କ ସ୍ବାମୀ ସ୍ତ୍ରୀର ଇଚ୍ଛାକୁ ପୂରା କରି ପାରନ୍ତି ନାହିଁ। ଏହା ପରେ ରେଖା ନିଜ ସୌନ୍ଦର୍ଯ୍ୟକୁ ଅସ୍ତ୍ର କରି ଟଙ୍କା ରୋଜଗାର କରିବାର ଯୋଜନା ପ୍ରସ୍ତୁତ କରିଥିଲେ। ତିନି ବର୍ଷ ପୂର୍ବେ ସେ ଜଣେ ମାର୍ବଲ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରିଥିଲେ, ସେ ଧୀରେ ଧୀରେ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଇ ଦେଇଥିଲେ। ଏହି ଷଡଯନ୍ତ୍ରକୁ ରେଖାଙ୍କ ବନ୍ଧୁ ସୈତାନ ସିଂ  ସମର୍ଥନ କରିଥିଲେ। ମାର୍ବଲ ବ୍ୟବସାୟୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାବେଳେ ରେଖା ଭିଡିଓ ସୁଟ୍ କରି ସୈତାନ ସିଂଙ୍କ ମାଧ୍ୟମରେ ବ୍ଲାକମେଲିଂ ଆରମ୍ଭ କରିଥିଲେ। ବ୍ୟବସାୟୀଙ୍କ ଠାରୁ ୨୩ଲକ୍ଷ ଟଙ୍କା ନେଇସାରିଥିବା ବେଳେ ରେଖା ଆହୁରି ୫୦ଲକ୍ଷ ଟଙ୍କା ଦାବି କରିଥିଲେ।

ଶେଷରେ ବ୍ୟବସାୟୀ ବିରକ୍ତ ହୋଇ ଆତ୍ମହତ୍ୟାର ରାସ୍ତା ବାଛିଥିଲେ। ଏହାପୂର୍ବରୁ ସେ ନିଜ ଭଉଣୀକୁ ପୁରା କଥା କହିଥିଲେ, ଏହା ପରେ ବ୍ୟବସାୟୀଙ୍କ ଭାଇ ଓ ଭଉଣୀ ପୁଲିସ ଷ୍ଟେସନରେ ପହଞ୍ଚି ମହିଳା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ଅଭିଯୋଗ ପରେ ପୁଲିସ ରେଖା, ତାଙ୍କ ବନ୍ଧୁ ସୈତାନ ସିଂ ଏବଂ ସ୍ୱାମୀ ବିକ୍ରମ ସିଂଙ୍କୁ ଗିରଫ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର