ଭୋର ୩ଟା ପର୍ଯ୍ୟନ୍ତ ପବଜି ଖେଳିବା ପରେ ଆତ୍ମହତ୍ୟା କଲା ୧୪ବର୍ଷର ବାଳକ

କୋଟା: ପୁଣି ବିବାଦ ଘେରକୁ ଆସିଛି ଅନଲାଇନ ଗେମ ଆପ ପବଜି | ପୂର୍ବରୁ ଏହି ଅନଲାଇନ ଗେମ ପାଇଁ ଅନେକ ହତ୍ୟା ଓ ଆତ୍ମହତ୍ୟା ଭଳି ଘଟଣା ଘଟିଥିବା ବେଳେ ଏବେ ଜଣେ ୧୪ବର୍ଷର ବାଳକ ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି | ଶନିବାର ସକାଳେ ବାଳକର ମୃତଦେହ ଶୋଇବା ଘରେ ଝୁଲୁଥିବା ଅବସ୍ଥାରେ ପରିବାର ଲୋକଙ୍କୁ ମିଳିଥିଲା | ମୃତ୍ୟୁ ପୂର୍ବରୁ ରାତି ୩ଟା ପର୍ଯ୍ୟନ୍ତ ପବଜି ଖେଳିବା ପରେ ମୃତକ ଜଣକ ଏଭଳି ପଦକ୍ଷପ ନେଇଥିବା ଜଣା ପଡିଛି |

Rajasthan Teen Hangs Self, Was Playing Mobile Game Till 3 AM: Kota Police
ndtv

ରେଲୱେ କଲୋନୀ ପୁଲିସ ଷ୍ଟେସନର ଦାୟିତ୍ୱରେ ଥିବା ହଂସରାଜ ମୀନା କହିଛନ୍ତି ଯେ, ମୃତକ ଜଣକ ଜଣେ ସେନା ଯବାନଙ୍କ ପୁଅ | ସେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଶନିବାର ସକାଳେ ଶୋଇବା ଘରେ ତାଙ୍କ ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଶ୍ରୀ ମୀନା କହିଛନ୍ତି ଯେ, ମୃତକର ପରିବାର ସଦସ୍ୟଙ୍କ ଅନୁଯାୟୀ ତିନି ଦିନ ପୂର୍ବରୁ୧୪ବର୍ଷର ବାଳକ ନିଜ ମା’ଙ୍କ ମୋବାଇଲ୍ ଫୋନରେ ପବଜି ଡାଉନଲୋଡ୍ କରି ଖେଳିବା ଆରମ୍ଭ କରିଥିଲା | ୩ଦିନ ହେଲା ସେ କ୍ରମାଗତ ଭାବରେ ପବଜି ଖେଳି ଆସୁଥିଲା | ଘଟଣା ଦିନ ସେ ନିଜ ଭାଇଙ୍କ ଶୋଇବା ଘରେ ଭୋର ୩ଟା ପର୍ଯ୍ୟନ୍ତ ପବଜି ଖେଳିବା ସହ ୩ଟା ପରେ ଶୋଇବା ପାଇଁ ସେ ନିଜ ଶୋଇବା ଘରକୁ ଚାଲିଯାଇଥିଲା | ସକାଳ ହେବା ପରେ ତାଙ୍କର ମୃତଦେହ ପରିବାର ଲୋକଙ୍କୁ ମିଳିଥିଲା | ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତେବେ ଏହି ଘଟଣାରେ କୌଣସି ଆତ୍ମହତ୍ୟା ନୋଟ ଉଦ୍ଧାର ହୋଇନଥିବା ବେଳେ ଆତ୍ମହତ୍ୟାର ପ୍ରକୃତ କାରଣ ଖୋଜୁଛି ପୁଲିସ ।

ସମ୍ବନ୍ଧିତ ଖବର