ଆଇପିଏସ୍ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା, ପିଛା କରିବା ସହ ଅଶ୍ଲୀଳ ମେସେଜ ପଠାଉଥିଲେ ଅଫିସର
ଜୟପୁର : ରାଜସ୍ଥାନର ବିକାନେର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଆଇପିଏସ୍ ଅଫିସରଙ୍କ ଉପରେ ପିଛା କରିବା ସହ ଅଶ୍ଲୀଳ ମେସେଜ ପଠାଇବାର ଅଭିଯୋଗ ଆଣିଛନ୍ତି ମହିଳା । ମହିଳାଙ୍କ ଏଭଳି ଅଭିଯୋଗ ଏବେ ସ୍ଥାନୀୟ ପୁଲିସକୁ ଆଶ୍ଚର୍ଯ୍ୟ କରିଛି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ମହିଳାଙ୍କ ଅଭିଯୋଗ ପୁଲିସ ରଖୁ ନଥିବା ସାମ୍ନାକୁ ଆସୁଛି ।
ମହିଳାଙ୍କ ଅନୁଯାୟୀ, ସେ ନିଜ ଓକିଲଙ୍କ ସହ ଯାଇ ସବ୍ ଇନ୍ସ୍ପେକ୍ଟର ପ୍ରଦୀପ ମୋହନଙ୍କୁ ଦେଖା କରିଥିଲେ ମଧ୍ୟ ଏତଲା ରଖିବା ପରିବର୍ତ୍ତେ ମାମଲାକୁ ରଫା ଦଫା କରିବା ପାଇଁ ସେ ତାଙ୍କ ଉପରେ ଚାପ ପକାଇଥିଲେ । ଅନ୍ୟ ପକ୍ଷରେ ବିକାନେର ପୁଲିସ ପ୍ରଶାସନ ଏ ନେଇ କୌଣସି ମତ ରଖିବାକୁ ସଫା ସଫା ମନା କରି ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗତ ଜାନୁଆରି ମାସରେ ଏକ ମାମଲାକୁ ନେଇ ପୀଡ଼ିତା ଆଇପିଏସ୍ ଅଫିସରଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ । ଯାହା ପରଠାରୁ ଆଇପିଏସ୍ ଅଫିସର ପୀଡ଼ିତାଙ୍କ ପଛରେ ପଡ଼ି ଯାଇଥିଲେ । କୌଣସି ବି ସମୟରେ ଫୋନ କରିଦେବା ସହ ଅଶ୍ଳୀଳ ମେସେଜ ପଠାଇବା ଆରମ୍ଭ କରିଥିଲେ । ଏ ନେଇ ବାରମ୍ବାର ଚେତାବନୀ ଦିଆଯାଇଥିଲେ ମଧ୍ୟ ସେ ମେସେଜ ପଠାଇବା ବନ୍ଦ କରି ନଥିଲେ ଆଇପିଏସ୍ ଅଫିସର।