ସ୍ବାମୀଙ୍କ ସାମ୍ନାରେ ପୂର୍ବ ସ୍ବାମୀଙ୍କ ଭାଇ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ମହିଳା

ଜୟପୁର: ରାଜସ୍ଥାନରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ମୁଖରେ ପୂର୍ବତନ ସ୍ବାମୀଙ୍କ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଚାଜାୱାର ଗ୍ରାମ ନିକଟରେ ଏପରି ଅଭାବନୀୟ କାଣ୍ଡ ଘଟିଛି। ମହିଳା ଜଣକ ପୂର୍ବ ସ୍ବାମୀଙ୍କୁ ପରିତ୍ୟାଗ କରିବା ପରେ ଏବେ ସେ ତାଙ୍କ  ନୂଆ ସ୍ବାମୀ, ତାଙ୍କଠାରୁ ଜନ୍ମ ନେଇଥିବା ଜଣେ ପିଲା ଓ ତାଙ୍କ ସାନ ଭଉଣୀକୁ ନେଇ ନିଜ ବାପଘରେ ରହୁଥିବାର ସୂଚନା ରହିଛି।

ଏ ସଂପର୍କରେ ସୂଚନା ଦେଇ ଡିଏସ୍‌ପି ଯୋଗେନ୍ଦ୍ର ସିଂହ କହିଛନ୍ତି, ‘ଅଭିଯୁକ୍ତ ତାଙ୍କର କିଛି ସହଯୋଗୀଙ୍କ ସହ ମିଶି ମହିଳା ଓ ତାଙ୍କ ପରିବାର ଲୋକଙ୍କୁ ଟେକି ନେଇ ଏକ ପଡ଼ିଆରେ ବାନ୍ଧି ପକାଇଥିଲେ। ସେଠାରେ ମହିଳାଙ୍କ ନୂଆ ସ୍ବାମୀଙ୍କ ସମ୍ମୁଖରେ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି।’

www.indiatoday.in

ଘଟଣା ଘଟିବା ପରେ ମହିଳା ନିଜ ଭଉଣୀଙ୍କ ସହ ପିଲାକୁ ଧରି କୌଣସି ପ୍ରକାରେ ମୁଖ୍ୟ ରାସ୍ତାକୁ ଉଠି ଆସିଥିଲେ। ସେଠାରେ ଅନ୍ୟ ବାଟୋଇଙ୍କ ସହାରା ନେଇ ସେ ପୁଲିସ୍‌କୁ ଏ ସଂପର୍କରେ ଅବଗତ କରାଇଥିଲେ। ରବିବାର ପୁଲିସ୍‌ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ଓ ତାଙ୍କର ୨ ସହଯୋଗୀଙ୍କୁ ଅଟକ ରଖିଛି।

ଏ ସଂପର୍କରେ ପୁଲିସ୍‌ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କର କୌଣସି ପିଲାପିଲି ନହେବାରୁ ସେ ସ୍ବାମୀଙ୍କୁ ଛାଡ଼ି ଅନ୍ୟ ଜଣେ ପୁରୁଷଙ୍କ ସହ ବିନା ବିବାହରେ ରହିବାକୁ ଲାଗିଲେ। ସେହି ପୁରୁଷଙ୍କ ଔରୁସରୁ ତାଙ୍କର ଏକ ପିଲା ଅଛି।

ସମ୍ବନ୍ଧିତ ଖବର