କୋଟା: ପଲିଥିନ୍‌ରେ ଛେପ ପକାଇ ସ୍ଥାନୀୟ ବାସିନ୍ଦାଙ୍କ ଘରକୁ ଫୋପାଡୁଥିବା ମହିଳା ସିସିଟିଭିରେ କଏଦ୍

କୋଟା: ରାଜସ୍ଥାନର କୋଟାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। କୋଟାର ବଲ୍ଲବବାଦୀ ଅଞ୍ଚଳରେ କିଛି ମହିଳା ପଲିଥିନ୍‌ ବ୍ୟାଗ୍‌ରେ ଛେପ ପକାଇ ସେଠାରେ ‌ରହୁଥିବା ଲୋକମାନଙ୍କ ଘରକୁ ଫୋପାଡୁଥିବା ଅଭିଯୋଗ ହୋଇଛି। ଏ‌ଣେ ବିଶ୍ବରେ କରୋନା ଆତଙ୍କ ଲାଗି ରହିଥିବା ବେଳେ ଏଭଳି ଏକ ଘଟଣା ସଭିଙ୍କୁ ଚକିତ କରାଇଛି। ସାମ୍ଭବ୍ୟ ସଂକ୍ରମଣକୁ ରୋକିବାକୁ ମୁନିସିପାଲ୍‌ଟି କର୍ମଚାରୀ ଆସି ଛେପ ପକା ଯାଇଥିବା ଅଞ୍ଚଳକୁ ପରିଷ୍କାର ପରିଚ୍ଛନ କରିଥିବା ବେଳେ ରାଜସ୍ଥାନ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଗଣମାଧ୍ୟମରେ ନିଜର ମତ ରଖି ଗୁମାନପୁରା ସର୍କଲ ଇନ୍‌ସ୍ପେକ୍ଟର ମନୋଜ ସିକାରୱାର୍‌ କହିଛନ୍ତି, ‘ଆମକୁ ସୂଚନା ମିଳିଛି ଯେ କିଛି ମହିଳା ପଲିଥିନ୍‌ ବ୍ୟାଗ୍‌ରେ ଛେପ ପକାଇ କୋଟା ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କ ଘର ଭିତରକୁ ଫୋପାଡ଼ିଛନ୍ତି। ସେହି ଘରଗୁଡ଼ିକ ସହିତ ପୂରା ଅଞ୍ଚଳକୁ ସଫା କରିବାକୁ ମୁନିସିପାଲ୍‌ କର୍ପୋରେସନ୍ ମେସିନ୍‌କୁ କୁହାଯାଇଛି।’

ତେବେ, ଏ ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି ବୋଲି ଜାଣିବାକୁ ମିଳିଛି। ନିଜ ପିଲାମାନଙ୍କ ସହ ପ୍ରାୟ ୫ ଜଣକ ମହିଳା ରବିବାର ସକାଳ ବେଳେ ଏଭଳି କାଣ୍ଡ ରଚିଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର