ମୋବାଇଲ୍‌ରେ ପିତା ଦେଖିଲେ ଝିଅର ଅଶ୍ଳୀଳ ଭିଡିଓ, ଗାଳି ଦେବାରୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ନେଇ ଥାନା ପହଞ୍ଚିଲା ଯୁବତୀ

ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚିରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ବି ସ୍ତବ୍ଧ ହୋଇଯିବେ। ଜଣେ ପିତା ଝିଅର ମୋବାଇଲ୍‌ରେ ଜଣେ ଯୁବକ ସହିତ ଅଶ୍ଳୀଳ ଭିଡିଓ ଦେଖିବାକୁ ପାଇଥିଲେ। ତେବେ ଏହାକୁ ନେଇ ପିତା ଯେତେବେଳେ ଝିଅକୁ ତାଗିଦ କରିଥିଲେ, ଯୁବତୀ ଥାନାରେ ଯାଇ ପହଞ୍ଚି ଯାଇଥିଲେ। ସେଠାରେ ଯୁବତୀଙ୍କ କାରନାମା ଅତ୍ୟନ୍ତ ଲଜ୍ଜାଜନକ ରହିଥିଲା। ସେଠାରେ ସେ ନିଜ ପିତା ବିରୋଧରେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। କେବଳ ଏତିକି ନୁହେଁ ପିତାଙ୍କୁ ଏହି କାରଣରୁ ଜେଲ ପଠାଇବା ପାଇଁ ଯୁବତୀ ପୁଲିସରେ ଗୁହାରି ବି କରିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଯୁବତୀ ବିଭିନ୍ନ ପ୍ରକାର ବୟାନ ଦେଇଛନ୍ତି। ତେବେ ଯୁବତୀଙ୍କ କଥାରେ କେତେ ସତ୍ୟତା ରହିଛି ସେ ନେଇ ତଦନ୍ତ ଚଳା ଯାଇଛି। ଥାନାରୁ ସେ ଦୁଇଦିନର ସମୟନେଇ ନିଜ ଦାଦାଙ୍କ ସହିତ ଘରକୁ ଚାଲିଯାଇଥିଲେ। ଏହାପରେ ଗତମଙ୍ଗଳବାର ବିଳମ୍ବିତ ରାତିରେ ସେ ଥାନାରେ ପହଞ୍ଚି ପିତା ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। ପୁଲିସ ଏହି ମାମଲାକୁ ଗମ୍ଭୀରତା ସହ ନେଇ ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ପାଖାପାଖି ୪ରୁ ୫ ମାସ ହେବ ଯୁବତୀଙ୍କ ମୋବାଇଲ ଫୋନ୍‌ ଖରାପ ହୋଇଯାଇଥିଲା। ସେ ତାହାକୁ ଠିକ୍‌ କରିବା ପାଇଁ ପିତାଙ୍କୁ ଦେଇଥିଲେ। ପିତା ମୋବାଇଲ ଠିକ୍‌ କରିବାପରେ ତାହା ଠିକ୍‌ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଝିଅକୁ ପାସ୍‌ଓ୍ଵାର୍ଡ ମାଗିଥିଲେ। ପାସ୍‌ଓ୍ଵାର୍ଡ ଦେବା ମାତ୍ରେ ମୋବାଇଲ୍‌ ଲକ୍‌ ଖୋଲି ଯାଇଥିଲା। ଯେମିତି ହିଁ ସେ ଗ୍ୟାଲେରି ଉପରେ କ୍ଲିକ୍‌ କରିଥିଲେ, ତାଙ୍କୁ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଥିଲା। ସେ ସେଥିରେ ଝିଅକୁ ତାଙ୍କ ପ୍ରେମିକା ସହିତ ଅଶ୍ଳୀଳ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାପରେ ସେ ଘରକୁ ଆସି ଝିଅର ଘରୁ ବାହାରିବା ଉପରେ ରୋକ ଲାଗାଇ ଦେଇଥିଲେ। ମା’ ବି ଝିଅକୁ ଏକା ବାହାରିବାକୁ ଦିଅନ୍ତି ନାହିଁ। ତେଣୁ ଯୁବତୀ ଉଭୟ ମା’ ଓ ପିତାଙ୍କ ନାମରେ ମାନସିକ ନିର୍ଯାତନା ଦେଉଥିବା ପୁଲିସରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର