ଭୁବନେଶ୍ବର: ରାଜଧାନୀର ଏକ ସିକ୍ୟୁରିଟି ସଂସ୍ଥାରେ ଚାକିରି କରାଇଦେବାର ଲୋଭ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମହିଳା ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ଦରଘାବଜାର ଥାନା ଅଞ୍ଚଳର ଦୋଳଗୋବିନ୍ଦ ଦାସ ଓରଫ ବାବୁଲି (୩୨) ଓ ଜାମ୍ସେଦ୍ପୁରର ସାମଲ ନନ୍ଦ ଓରଫ ସମୀର(୨୮)। ସମୀର ଏଠାରେ ଖଣ୍ଡଗିରି ହାଉସିଂବୋର୍ଡ କଲୋନିର ଲେନ୍ ନଂ-୯ରେ ରୁହେ। ଅନୁଗୁଳ ବନ୍ତଳା ଅଞ୍ଚଳର ଯୁବତୀ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବେ କାମ କରୁଥିଲେ। କିଛିଦିନ ତଳେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା। ଏହି ସମୟରେ ତାଙ୍କର ବାବୁଲିଙ୍କ ସହ ଯୋଗାଯୋଗ ହୋଇଥିଲା। ସେ ତାଙ୍କୁ ଚାକିରି କରାଇଦେବେ ବୋଲି କହିଥିଲା। ଯୁବତୀ ଜଣଙ୍କ ବାବୁଲିଙ୍କୁ ଭରସା କରି ୨୩ ତାରିଖରେ କଟକ ଆସିଥିଲେ। ପରେ ଉଭୟ ସନ୍ଧ୍ୟାରେ ଭୁବନେଶ୍ବର ସମୀରଙ୍କ ଘରକୁ ଆସିଥିଲେ। ଯୁବତୀ ଜଣଙ୍କ ସେଠାରେ ପହଞ୍ଚିବା ପରେ ଉଭୟ ତାଙ୍କୁ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣଙ୍କ ଏ ସଂପର୍କରେ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ, ୨ ଗିରଫ
/sambad/media/post_attachments/wp-content/uploads/2019/01/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)