ଘରମାଲିକ ଝିଅକୁ ଦୁଷ୍କର୍ମ: ବନ୍ଧା ହେଲେ ଭଡ଼ାଟିଆ

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅଧୀନରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘର ମାଲିକ ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଭଡ଼ାଟିଆ ବନ୍ଧା ହୋଇଛି। ଗିରଫ ଅଭିଯୁକ୍ତ ହେଉଛି ନୟାଗଡ଼ କଣ୍ଟିଲୋର ବିଜୟ ପ୍ରଧାନ। ଏୟାରଫିଲ୍ଡ ଥାନା ଅଞ୍ଚଳରେ ସେ ଭଡ଼ା ଘରେ ରହୁଥିଲା। ଏଠାରେ ଫୁଲ ଦୋକାନ କରି ବ୍ୟବସାୟ କରୁଥିଲା। ଦୀର୍ଘ ଦିନ ଘରେ ଭଡ଼ା ରହିବା ପରେ ଘର ମାଲିକଙ୍କ ଝିଅ ଉପରେ ନଜର ପକାଇଥିଲା। ଆଜି ଘରେ କେହି ନ ଥିବାର ସୁଯୋଗ ନେଇ ଝିଅକୁ ଡାକିଥିଲା। ନିଜ ରୁମ୍‌କୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଝିଅ ହଲ୍ଲା ପକାଇବାରୁ ବିଜୟ ଦଉଡ଼ି ପଳାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ତା’ର ମୋବାଇଲ ନମ୍ବର ଟ୍ରାକ୍‌ କରି ପୋଖରୀପୁଟ୍‌ ଅଞ୍ଚଳରୁ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର