ନାବାଳିକାଙ୍କୁ ଦୁଷ୍କର୍ମ, ୩ ଗିରଫ

ଜୟପୁର: ରାଜସ୍ଥାନର ଭିଲୱାଡ଼ାରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗତ ସୋମବାର ସନ୍ଧ୍ୟାରେ ନାବାଳିକା ଜଣଙ୍କ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଏବଂ ଅନ୍ୟ ଜଣେ ବନ୍ଧୁଙ୍କ ସହ ନିକଟସ୍ଥ ଏକ ମେଳାକୁ ଯାଇଥିଲେ। ମେଳାରୁ ଫେରି ସେମାନେ ମନ୍ଦିରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାଙ୍କୁ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ସେମାନେ ନାବାଳିକାକୁ ମାରପିଟ୍‌ ମଧ୍ୟ କରିଥିଲେ। ତେବେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ କୌଶଳକ୍ରମେ ଘଟଣାସ୍ଥଳରୁ ଖସି ଯାଇ ନିକଟସ୍ଥ ଏକ ବଜାରରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ ଏବଂ ଜଣେ ଦୋକାନୀଙ୍କୁ ଉକ୍ତ ମାମଲାରେ ସାହାଯ୍ୟ କରିବାପାଇଁ ଅନୁରୋଧ କରିଥିଲେ। ପରେ ଦୋକାନୀ ଜଣଙ୍କ ଘଟଣାସ୍ଥଳରେ ଯାଇ ପହଞ୍ଚିବା ପରେ ୩ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲେ। ପୀଡ଼ିତା ଜଣଙ୍କ ଏତେ ଭୟଭୀତ ହୋଇଯାଇଥିଲେ ‌ଯେ ସେ ସମୟରେ ସେ ତାଙ୍କ ଉଦ୍ଧାରକାରୀଙ୍କୁ ମଧ୍ୟ ଜାଣି ପାରିନଥିଲେ। ପୀଡ଼ିତା ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଭୟଭୀତ ଅବସ୍ଥାରେ ଉଲଗ୍ନ ହୋଇ ଦୌଡ଼ିଥିଲେ। ପରେ ଦୋକାନୀ ଜଣଙ୍କ ପୀଡ଼ିତାଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ ଏବଂ ତାଙ୍କୁ ତାଙ୍କ ପୋଷାକ ଦେଇଥିଲେ। ପୁଲିସ ଉକ୍ତ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର