ନାବାଳିକାଙ୍କୁ ଦୁଷ୍କର୍ମ ଭିଣୋଇ ଗିରଫ, ଶଳା ଫେରାର୍‌

ଭୁବନେଶ୍ବର: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପାଇଁ ଶଳାକୁ ସହଯୋଗ କରିଥିବା ଅଭିଯୋଗ‌େର ନୂଆପଲ୍ଲୀ ଥାନା ପୁଲିସ ଭିଣୋଇକୁ ଗିରଫ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର କୃଷ୍ଣ ନାୟକ(୩୮)। ଏଠାରେ ସାଲିଆସାହି ଆମ୍ବେଦକର ବସ୍ତିରେ ରହୁଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ଟୁକୁନା ନାୟକ ଫେରାର୍‌ ଥିବା ପୁଲିସ କହିଛି। ପୁଲିସ ସୂଚନା ଅନୁଯାୟୀ, ଟୁକୁନା ସ୍ଥାନୀୟ ନୀଳଚକ୍ରବସ୍ତି ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକତରଫା ଭଲ ପାଉଥିଲା। ୨୬ ତାରିଖ ସନ୍ଧ୍ୟାରେ ଟୁକୁନା ଭିଣୋଇ କୃଷ୍ଣଙ୍କୁ ନେଇ ନାବାଳିକାଙ୍କ ଘରେ ପହଞ୍ଚିଥିଲା। ଉଭୟ ଶଳା ଭିଣୋଇ ନାବାଳିକାଙ୍କ ଘରେ ପଶି ତାଙ୍କ ବାପାଙ୍କୁ ଖୋଜିଥିଲେ। ହେଲେ ଘରେ ସେତେବେଳେ କେହି ନଥିଲେ। ଏହାର ସୁଯୋଗରେ କୃଷ୍ଣ ଘର ବାହାରୁ ବନ୍ଦ କରିଦେଇଥିଲା। ପରେ ଟୁକୁନା ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଘଟଣା ବିଷୟରେ ଜଣିବା ପରେ ନାବାଳିକାଙ୍କ ପରିବାରଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲ‌ା। ପୁଲିସ ଆଜି କୃଷ୍ଣକୁ ଗିରଫ କରି କୋର୍ଟଚାଲାଣ କରିଛି। ଟୁକୁନାକୁ ଗିରଫ ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର