ଭୁବନେଶ୍ୱର: ନୂଆପଲ୍ଲୀ ଭୋଇସାହି ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଫେରାର୍ ଥିବା ଅଭିଯୁକ୍ତକୁ ୨ ବର୍ଷ ପରେ ମହିଳା ଥାନା ପୁଲିସ ଗିରଫ କରିଛି। ସେ ହେଲା ପୁରୀ ଜିଲ୍ଲା ମୈତ୍ରୀ ତ୍ରିଲୋଚନପୁର ଅଞ୍ଚଳର ଶରତ ଦାସ(୩୪)। ଏଠାରେ ନୂଆପଲ୍ଲୀ ଭୋଇସାହି ଅଞ୍ଚଳରେ ରହୁଥିଲା। ଗତ ୨୦୧୫ ମସିହାରେ ଶରତ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଏକ ତରଫା ଭାବେ ଭଲପାଉଥିଲା। ତାଙ୍କୁ ବିଭିନ୍ନ ସମୟରେ ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା। ହେଲେ ମହିଳା ଜଣଙ୍କ ଶରତ କଥାରେ ରାଜି ହୋଇନଥିଲେ। ଦିନେ ମହିଳା ଏକୁଟିଆ ଥିବା ଦେଖି ଶରତ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା। ଏ ବିଷୟରେ କାହାକୁ କହିଲେ, ଜୀବନରୁ ମାରିଦେବାକୁ ବନ୍ଧୁକ ଦେଖାଇ ଧମକ ମଧ୍ୟ ଦେଇଥିଲା। ଏନେଇ ମହିଳା ଜଣଙ୍କ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗୁୁରୁବାର ରାତିରେ ପୁଲିସ ଶରତକୁ ପୁରୀରୁ ଗିରଫ କରି ଥାନାକୁ ଆଣିଥିଲା। ଥାନାରେ ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।
ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/01/arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)